ସାମାନ୍ୟ ଦେଖାଯାଉଥିବା ଏହି ଲକ୍ଷଣ ନେଇଯିବ ଜୀବନ! ହୋଇଯାଆନ୍ତୁ ସତର୍କ

କ୍ୟାନସର ରୋଗର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ଜାଣନ୍ତୁ

ଓଡିଶା ଭାସ୍କର: କ୍ୟାନସର ରୋଗ ବୃଦ୍ଧି ପାଇବା ଏକ ବିରାଟ ବଡ ଚିନ୍ତାର ବିଷୟ ପାଲଟିଗଲାଣି। ଗତ କିଛି ବର୍ଷ ମଧ୍ୟରେ ଏହି ରୋଗ କେବଳ ବୟସ୍କ ଲୋକଙ୍କୁ ନୁହେଁ ବରଂ କମ୍ ବୟସର ଲୋକଙ୍କୁ ମଧ୍ୟ ହେଉଛି।

ଅଧିକାଂଶ କ୍ଷେତ୍ରରେ, ଏହି ରୋଗକୁ ଚିହ୍ନିବାରେ ବିଳମ୍ବ ହେବାରୁ ରୋଗୀଙ୍କ ଜୀବନ ମଧ୍ୟ ଚାଲି ଯାଇଥାଏ। ଯେତେ ଶୀଘ୍ର କ୍ୟାନସର ରୋଗ ଚିହ୍ନଟ ହୁଏ, ସ୍ୱାସ୍ଥ୍ୟ ପାଇଁ ସେତେ କମ୍ କ୍ଷତି ହୁଏ। ତେବେ ଆସନ୍ତୁ ଜାଣିବା ଏହି ରୋଗ ସମୟରେ ଦେଖାଯାଉଥିବା କିଛି ଲକ୍ଷଣ ବିଷୟରେ।

1 – ଦୁର୍ବଳ ଅନୁଭବ କରିବା: ଏହି ରୋଗ ହେଲେ ଦିନସାରା କ୍ଳାନ୍ତ କିମ୍ବା ଦୁର୍ବଳ ଲାଗିଥାଏ। ଲୋକମାନେ ପ୍ରାୟତଃ ଥକ୍କା ଏବଂ ଦୁର୍ବଳତା ଭଳି ଲକ୍ଷଣକୁ ହାଲୁକା ଭାବରେ ନିଅନ୍ତି। ଯଦି ଆପଣ ପର୍ଯ୍ୟାପ୍ତ ନିଦ ଏବଂ ବିଶ୍ରାମ ନେବା ପରେ ମଧ୍ୟ କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଆପଣଙ୍କୁ ସତର୍କ ରହିବା ଉଚିତ।

2 – ଶରୀରରେ ଗଣ୍ଠି: ଯଦି ଆପଣ ଶରୀରର କିଛି ଅଂଶରେ ଗଣ୍ଠି ହେଲା ପରି ଅନୁଭବ କରୁଛନ୍ତି, ତେବେ ଆପଣଙ୍କୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଏହି ଗଣ୍ଠିରୁ ଯଦି କୌଣସି ଯନ୍ତ୍ରଣା ହେଉନାହିଁ, ତେବେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ।

3 – ଓଜନ ହ୍ରାସ: ଅଧିକାଂଶ ଲୋକ ଭାବନ୍ତି ଯେ ଯଦି ସେମାନଙ୍କର ଓଜନ ହ୍ରାସ ହେଉଛି, ତେବେ ଏହା ଶରୀର ପାଇଁ ଭଲ। କିନ୍ତୁ ଯଦି ଆପଣଙ୍କ ଓଜନ ହଠାତ୍ କୌଣସି ଚେଷ୍ଟା ବିନା ହ୍ରାସ ହେଉଛି ତେବେ ସେଥିପାଇଁ ସତର୍କ ରହିବା ଉଚିତ। ଏହି ପ୍ରକାରର ଲକ୍ଷଣ ଲିମ୍ଫୋମା, ଲ୍ୟୁକେମିଆ କିମ୍ବା ଷ୍ଟୋମାକ ଟ୍ୟୁମରରେ ଦେଖାଦେଇଥାଏ।