ଇସ୍କନ ରେଷ୍ଟୁରାଣ୍ଟ ଭିତରେ ଚିକେନ ଖାଇଲେ ଯୁବକ! ତା’ପରେ ଯାହା ଘଟିଲା…
ଇସ୍କନ ରେଷ୍ଟୁରାଣ୍ଟ ଭିତରେ ନିଜେ ଚିକେନ ଖାଇ ଅନ୍ୟକୁ ମଧ୍ୟ ଅଫର କଲେ
ଲଣ୍ଡନ: ଇସ୍କନ ରେଷ୍ଟୁରାଣ୍ଟ ଭିତରେ ଚିକେନ ଖାଇଲେ ଯୁବକ! ଲଣ୍ଡନର ଇସ୍କନ ଦ୍ୱାରା ପରିଚାଳିତ ଗୋବିନ୍ଦା ନିରାମିଷ ରେଷ୍ଟୁରାଣ୍ଟରେ ଜଣେ ଆଫ୍ରିକୀୟ-ବ୍ରିଟିଶ ଯୁବକଙ୍କ ଦ୍ୱାରା KFC ଚିକେନ ଖାଇବା ଘଟଣା ବିବାଦ ସୃଷ୍ଟି କରିଛି।
ଜୁଲାଇ ୧୯, ୨୦୨୫ରେ ଘଟିଥିବା ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଇଛି, ଯେଉଁଥିରେ ଜଣେ ଯୁବକ ରେଷ୍ଟୁରାଣ୍ଟରେ ପ୍ରବେଶ କରି ସେଠାକାର କର୍ମଚାରୀଙ୍କୁ ମାଂସ ଖାଦ୍ୟ ମିଳୁଛି କି ନାହିଁ ବୋଲି ପଚାରିଥିଲେ।
କର୍ମଚାରୀମାନେ କେବଳ ନିମାରିଷ ଖାଦ୍ୟ ପରିବେଷଣ କରାଯାଉଥିବା ଜଣାଇବା ପରେ, ସେ ଏକ KFC ଚିକେନ ବକ୍ସ ବାହାର କରି ରେଷ୍ଟୁରାଣ୍ଟ ଭିତରେ ଖାଇବା ଆରମ୍ଭ କରିଥିଲେ ଏବଂ ଅନ୍ୟ ଗ୍ରାହକ ଓ କର୍ମଚାରୀଙ୍କୁ ମାଂସ ଖାଇବାକୁ ଅଫର କରିଥିଲେ।
ଏହି ଘଟଣା ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟାର ସୃଷ୍ଟି କରିଛି। ଅନେକ ଲୋକ ଏହାକୁ ହିନ୍ଦୁ ସଂସ୍କୃତି ଓ ଧାର୍ମିକ ମୂଲ୍ୟବୋଧ ପ୍ରତି ଅପମାନ ବୋଲି ଅଭିହିତ କରିଛନ୍ତି। ଜଣେ ବ୍ୟବହାରକାରୀ ଏକ୍ସରେ ଲେଖିଛନ୍ତି, “ଏହା ଅଜ୍ଞତା ନୁହେଁ, ଇଚ୍ଛାକୃତ ଅପମାନ।”
ଅନ୍ୟ ଜଣେ କହିଛନ୍ତି, “ଏହା ଶାଖାହାରୀଙ୍କୁ ଉସକାଇବା ପାଇଁ ଇଚ୍ଛାକୃତ କାର୍ଯ୍ୟ।” କେହି କେହି ଏହାକୁ ଜାତିଗତ ବା ଧାର୍ମିକ ଅସହିଷ୍ଣୁତା ସହ ଜଡ଼ିତ ବୋଲି ପ୍ରଶ୍ନ ଉଠାଇଛନ୍ତି।
ତେବେ ଲଣ୍ଡନର ଇସ୍କନ ଶାଖା ଏପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ କୌଣସି ଆନୁଷ୍ଠାନିକ ବିବୃତି ଜାରି କରିନାହିଁ।