ଅବସର ଘୋଷଣା କଲେ ଏହି ଭାରତୀୟ ଖେଳାଳି, ଅନ୍ତର୍ଜାତୀୟ କ୍ରିକେଟରେ କରିଥିଲେ ଏତେ ରନ୍
ମାତ୍ର 32 ବର୍ଷ ବୟସରେ ଅବସର ନେଲେ ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ।
ନୂଆଦିଲ୍ଲୀ: ମାତ୍ର 32 ବର୍ଷ ବୟସରେ ଅବସର ନେଲେ ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ । ଭାରତୀୟ ମହିଳା ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବେଦ କୃଷ୍ଣମୂର୍ତ୍ତି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ୟାରିୟରକୁ ସେ ଦେଇଛନ୍ତି ବିଦାୟ । ସେ ଭାରତୀୟ ମହିଳା ଦଳ ପାଇଁ ODI ଏବଂ T20 ଅନ୍ତର୍ଜାତୀୟ କ୍ରିକେଟରେ ମ୍ୟାଚ୍ ଖେଳିଥିଲେ ।
ପୂର୍ବତନ କର୍ଣ୍ଣାଟକ କ୍ରିକେଟର ଅର୍ଜୁନ ହୋୟସାଲାଙ୍କୁ ବିବାହ କରିଥିବା 32 ବର୍ଷୀୟା ବେଦ ଶେଷ ଥର ପାଇଁ 2020 ରେ ଖେଳିଥିଲେ । ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ମହିଳା T20 ଅନ୍ତର୍ଜାତୀୟ ମ୍ୟାଚ୍ ସମୟରେ ଦେଶ ପାଇଁ ଖେଳିଥିଲେ ବେଦ କୃଷ୍ଣମୂର୍ତ୍ତି ।
ଗତ ବର୍ଷ WPL ରେ ମ୍ୟାଚ୍ ଖେଳିଥିଲେ
ବେଦ କୃଷ୍ଣମୂର୍ତ୍ତି ତାଙ୍କର ବ୍ୟାଟିଂ ପାଇଁ ପ୍ରସିଦ୍ଧ। ସେ ଗତ ବର୍ଷ ମହିଳା ପ୍ରିମିୟର ଲିଗ୍ ରେ ଗୁଜରାଟ ଜଏଣ୍ଟ୍ସ ପାଇଁ ଖେଳିଥିଲେ। ସେ କର୍ଣ୍ଣାଟକ ଏବଂ ରେଳବାଇର ଅଧିନାୟକତ୍ୱ କରିଛନ୍ତି। ମହିଳା T20I ମ୍ୟାଚରେ ଜଣେ ଅଣ-ୱିକେଟକିପରଙ୍କ ଦ୍ୱାରା ସର୍ବାଧିକ କ୍ୟାଚ୍ ଧରିବାର ସେ ମିଳିତ ରେକର୍ଡ ରଖିଛନ୍ତି।
ଆନ୍ତର୍ଜାତୀୟ କ୍ରିକେଟରେ ମୋଟ ୧୭୦୪ ରନ୍ ସଂଗ୍ରହ କରିଛନ୍ତି
ବେଦ କୃଷ୍ଣମୂର୍ତ୍ତି ୨୦୧୧ ମସିହାରେ ଭାରତୀୟ ଦଳ ପାଇଁ ତାଙ୍କର ଦିନିକିଆ ଡେବ୍ୟୁ କରିଥିଲେ। ସେ ୮ ଅର୍ଦ୍ଧଶତକ ସହିତ ୪୮ ଦିନିକିଆରେ ମୋଟ ୮୨୯ ରନ୍ କରିଥିଲେ। ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ସେ ମୋଟ ୭୬ଟି ମ୍ୟାଚ୍ ଖେଳି ୮୭୫ ରନ୍ କରିଥିଲେ । ଯେଉଁଥିରେ ସେ ଦୁଇଟି ଅର୍ଦ୍ଧଶତକ କରିଥିଲେ। ସେ ଆନ୍ତର୍ଜାତୀୟ କ୍ରିକେଟରେ ମୋଟ ୧୭୦୪ ରନ୍ କରିଥିଲେ।