ଆରମ୍ଭ ହେଲା ଅଙ୍କକଷା… ନୂଆ ମନ୍ତ୍ରୀମଣ୍ଡଳ ଗଠନ ପାଇଁ ଦ୍ୱନ୍ଦ୍ୱରେ ବିଧାୟକ, କାହା ମୁଣ୍ଡରେ ଢଳାଯିବ ସୁନା କଳସ!

ଭୁବନେଶ୍ୱର: ଦିଲ୍ଲୀରୁ ଦଳୀୟ ମିଟିଂ ସାରି ଫେରିବା ପରେ ବିଜେପି ଦଳ ରାଜ୍ୟ ସଭାପତି ଦେଇଛନ୍ତି ଗଣମାଧ୍ୟମକୁ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ।

ରାଜ୍ୟରେ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂମ୍ପ୍ରସାରଣ ହେବା ନେଇ କହିଲେ ମନମୋହନ । ୧୫ ଦିନରୁ ମାସେ ଭିତରେ ମାସେ ମଧ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ।

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ କାମ । ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି । ଯଦି ଆମକୁ ପରାମର୍ଶ ମାଗନ୍ତି ଆମେ ଦେବୁ ।

ସଂସଦୀୟ ବୋର୍ଡ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ପ୍ରଥମେ ସଙ୍ଗଠନ, ବୋର୍ଡ ନିଗମ ପରେ ଯାଇ ମନ୍ତ୍ରିମଣ୍ଡଳ ।

ଦିନେ ୨ ଦିନ ଭିତରେ ବୋର୍ଡ ନିଗମ ପଦବି ପୂରା କରାଯିବ ବୋଲି କହିଛନ୍ତି ମନମୋହନ ।

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ଏବେ କଳ୍ପନା-ଜଳ୍ପନାରେ ରହିଛନ୍ତି ଦଳୀୟ ବିଧାୟକ । କାହାକୁ କ୍ୟାବିନେଟରେ ସ୍ଥାନ ମିଳିବ ଓ କିଏ ବାଦ୍ ପଡ଼ିବ ତାକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି ।