ଖୁସି ଖବର, ମାଗଣାରେ ମିଳିବ ୮୦ ହଜାର ଟଙ୍କାର ସ୍ମାର୍ଟଫୋନ୍, ଜାଣନ୍ତୁ କିପରି?
ଟଙ୍କାଟିଏ ବି ଖର୍ଚ୍ଚ ନକରି ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ ସ୍ମାର୍ଟଫୋନ୍।
ନୂଆଦିଲ୍ଲୀ: ଆପଣ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି କି? ତାହାଲେ ଏହିଠାକୁ ଯାଆନ୍ତୁ ଆଉ ବିନା ଟଙ୍କା ଖର୍ଚ୍ଚି କରି ସମ୍ପୂର୍ଣ୍ଣ ମାଗଣାରେ ନୂଆ ସ୍ମାର୍ଟ ଫୋନ୍ ଆଣନ୍ତୁ।
କଥାଟି ମିଛି ଲାଗୁଛିନା କିନ୍ତୁ ସମ୍ପୂର୍ଣ୍ଣ ସତ। ଆପଣ ଟଙ୍କାଟିଏ ବି ଖର୍ଚ୍ଚ ନକରି ପୂରା ମାଗଣାରେ ପୁରା ନୂଆ ସ୍ମାର୍ଟ ଫୋନ୍ ପାଇପାରିବେ। ତେବେ ଆସନ୍ତୁ ଜାଣିବା କିପରି ଆଣିପାରିବେ ମାଗଣା ସ୍ମାର୍ଟଫୋନ୍।
ସ୍ମାର୍ଟଫୋନ୍: ଆପଣ ମାଗଣାରେ ଏକ ନୋଥିଙ୍ଗ ଫୋନ୍ ପାଇପାରିବେ। କମ୍ପାନୀ ଏକ ନୂଆ ପ୍ରତିଯୋଗିତା ଆରମ୍ଭ କରିଛି, ଯେଉଁଥିରେ ଜଣେ ବିଜେତାଙ୍କୁ ମାଗଣାରେ Nothing ଫୋନ୍ ଦିଆଯିବ।
ଏହି ପ୍ରତିଯୋଗିତାର ବିଜେତା କିଏ ତାହା Elon Muskଙ୍କ AI ଟୁଲ୍ Grok ଦ୍ୱାରା ସ୍ଥିର କରାଯିବ। କମ୍ପାନୀ ଏହାର ଅଫିସିଆଲ୍ X ହ୍ୟାଣ୍ଡେଲରେ ଏହା ଘୋଷଣା କରିଛି।
ମାଗଣାରେ Nothing Phone: କମ୍ପାନୀ ତାର X ହ୍ୟାଣ୍ଡେଲରୁ ଏକ ପୋଷ୍ଟ ସେୟାର କରିଛି। ଯେଉଁଥିରେ ସେ ଭାରତୀୟ ୟୁଜରମାନଙ୍କୁ ମାଗଣା ଫୋନ୍ ଦେବା ବିଷୟରେ ଲେଖିଛି।
Nothing ତାର ପୋଷ୍ଟରେ ଲେଖିଛି ଯେ ଅନେକ ବ୍ୟବହାରକାରୀ ମାଗଣା ଫୋନ୍ ବିଷୟରେ ମେସେଜ କରୁଛନ୍ତି। ତେଣୁ ଆମେ ସେମାନଙ୍କ କଥା ରଖି ସେମାନଙ୍କ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରିଛୁ।
ମାଗଣା ଫୋନ୍ ପାଇବାକୁ ଇଚ୍ଛୁକ ଥିବା ବ୍ୟକ୍ତି ସୋସିଆଲ ମିଡିଆ Xରେ ମେସେଜ୍ ପଠାଇବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି। ଆଉ ଏହି ମେସେଜରେ ୟୁଜରମାନେ ଚାହୁଁଥିବା Nothing ଫୋନ୍ ର ନାମ ଲେଖିପାରିବେ।
ଏହାପରେ X ର AI ଟୁଲ୍ Grok ଆଗାମୀ ୪୮ ଘଣ୍ଟା ପରେ ବିଜେତାଙ୍କ ନାମ ଘୋଷଣା କରିବ। Grok ଦ୍ୱାରା ଚୟନ କରାଯାଇଥିବା ବିଜେତାଙ୍କୁ ମାଗଣାରେ ତାଙ୍କ ପସନ୍ଦର Nothing ଫୋନ୍ ଦିଆଯିବ।
ନୂଆ ଫୋନ୍ ଲଞ୍ଚ: ନୋଥିଂ ନିକଟରେ ଏହାର ଫ୍ଲାଗସିପ୍ ଫୋନ୍ ୩ ଲଞ୍ଚ କରିଛି। କମ୍ପାନୀର ଏହି ଫୋନର ଦାମ୍ iPhone 16, Samsung Galaxy S25, Google Pixel 9 ଭଳି ମହଙ୍ଗା ରହିଛି।
ଏହି ନୋଥିଂ ଫୋନକୁ ୭୯,୯୯୯ ଟଙ୍କାରେ ଲଞ୍ଚ କରାଯାଇଛି। ଏହି ଫୋନର ମୂଲ୍ୟ ନୋଥିଂ ଫୋନ୍ ୨ ତୁଳନାରେ ପ୍ରାୟ ଦୁଇଗୁଣ ହେବ। କାରଣ ନୋଥିଂ ଫୋନ୍ ୪୦ ହଜାର ଟଙ୍କାରେ ଲଞ୍ଚ କରାଯାଇଥିଲା।
ନୋଥିଂ ଫୋନ୍ ୩ ର ଫିଚର୍:
ଏହି ଫୋନଟି ୬.୭ ଇଞ୍ଚର AMOLED ଡିସପ୍ଲେ ସହିତ ଆସିଥାଏ। ଫୋନର ଡିସପ୍ଲେର ବ୍ରାଇଟନେସ୍ ୪୫୦୦ nits ପର୍ଯ୍ୟନ୍ତ ରହିଛି।
ଏହି ଫୋନରେ ୧୬GB RAM ଏବଂ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସପୋର୍ଟ ମିଳିବ। ଏହି ଫ୍ଲାଗସିପ୍ ଫୋନ୍ର ପଛପଟେ ଏକ ଟ୍ରିପଲ୍ କ୍ୟାମେରା ସେଟ୍ଅପ୍ ରହିଛି। ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୫୦MP କ୍ୟାମେରା ମଧ୍ୟ ରହିବ।