ଦୁର୍ବଳ ହେଲା ଲଘୁଚାପ, ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ବର୍ଷା କମିଛି । କାହିଁକିନା ଦୁର୍ବଳ ହୋଇଛି ଲଘୁଚାପ। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ,ଆଜି କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି।

ଉତ୍ତର ଛତିଶଗଡ଼ ତଥା ପାଶ୍ବବର୍ତ୍ତୀ ଝାଡ଼ଖଣ୍ତ ଉପରେ ସକ୍ରିୟ ଅବପାତ ପଶ୍ଚିମ ଦିଗରେ ଆଡ଼କୁ ବଢିବା ସହ ପୂର୍ବ ମଧ୍ୟପ୍ରଦେଶ ମୁହାଁ ହୋଇଛି। ଏହା ଆହୁରି ପଶ୍ଚିମ ଦିଗରେ ଆଡ଼କୁ ଗତି କରି ୨୭ ତାରିଖ ସୁଧା(ଆଜି) ଦୁର୍ବଳ ହେବ।

ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ। ସୋମବାର ଠାରୁ ରାଜ୍ୟରେ ବର୍ଷା ବର୍ଷାର ବିସ୍ତୁତି କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଜ୍ଞାନୀ ସୂଚନା ଦେଉଛନ୍ତି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ମୟୂରଭଂଜ,ସୁନ୍ଦରଗଡ,ବଲାଙ୍ଗୀର, କେନ୍ଦୁଝର,ବାଲେଶ୍ବର, ଦେବଗଡ଼, ଝାରସୁଗୁଡା, ସୋନପୁର, ବୌଦ୍ଧ, ନୂଆପଡା, ମାଲକାନଗିରି, କୋରାପୁଟ୍, କଟକ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ଼ ହୋଇଛି। ଗତକାଲି ମୟୂରଭଞ୍ଜ ଜିଲ୍ଲାର ମୁରୁଡା ଠାରେ ସର୍ବାଧିକ ୧୮.୨ ସେମି ବର୍ଷା ରେକର୍ଡ଼ ହୋଇଛି।

ରବିବାର(ଆଜି) ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ,ଜଗତସିଂହପୁର,ସୁନ୍ଦରଗଡ,ଝାରସୁଗୁଡା,ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ୩୦ ରୁ ୪୦ କିମି ବେଗରେ ଘଣ୍ଟାପ୍ରତି ପବନ ବହିବା ନେଇ ସତର୍କତା ଜାରି ହୋଇଛି।

ମଙ୍ଗଳବାର ଓ ବୁଧବାର ରାଜ୍ୟରେ ବିଶେଷ ବର୍ଷା ନାହିଁ। ୩୧ ତାରିଖରେ ରାଜ୍ୟରେ ପୁଣି ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। ଏନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।