ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ଡ୍ର, ଇଂଲଣ୍ଡର ବଡ଼ କ୍ଷତି!

WTC ପଏଣ୍ଟ ଟେବୁଲରେ ଭାରତର ସ୍ଥିତି କ'ଣ?

ନୂଆଦିଲ୍ଲୀ: ଶେଷରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଇଚ୍ଛା ପୂରଣ କଲେ କ୍ରିକେଟର। ଟେଷ୍ଟ ମ୍ୟାଚକୁ ଡ୍ର କରି ବିଜୟ ହାସଲ ଦିଗରେ ଆଗକୁ ବଢ଼ିଲା ଟିମ୍ ଇଣ୍ଡିଆ। ହେଲେ ଏହି ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡ୍ର ହେବା ପରେ ଇଂଲଣ୍ଡକୁ ଏହାର ବଡ଼ କ୍ଷତି ସହିବାକୁ ପଡିଛି।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡ୍ର ହୋଇଛି। ଏହଂ ମ୍ୟାଚରେ ଭାରତୀୟ ଦଳ ପାଇଁ ଶୁଭମନ୍ ଗିଲ୍, ରବିନ୍ଦ୍ର ଜାଡେଜା ଏବଂ ଓ୍ୱାସିଂଟନ୍ ସୁନ୍ଦର ଭଲ ପ୍ରଦର୍ଶନ କରିଛନ୍ତି।

ଏହି କ୍ରିକେଟରମାନେ ଟେଷ୍ଟ ଡ୍ର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଭାରତୀୟ ଦଳ ପ୍ରଥମ ଇନିଂସରେ ୩୫୮ ରନ୍ କରିଥିଲା। ଏହା ପରେ ଇଂଲଣ୍ଡ ପ୍ରଥମ ଇନିଂସରେ ୬୬୯ ରନ୍ କରିଥିଲା।

ଏହିପରି ପ୍ରଥମ ଇନିଂସ ଆଧାରରେ ସେମାନେ ୩୧୧ ରନର ଲିଡ୍ ପାଇଥିଲେ। ଏହା ପରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଦ୍ୱିତୀୟ ଇନିଂସରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଟେଷ୍ଟ ମ୍ୟାଚ୍ ଡ୍ର କରିଥିଲେ।

PCTରେ ଇଂଲଣ୍ଡର ପରାଜୟ: ଟେଷ୍ଟ ମ୍ୟାଚ୍ ଡ୍ର ହେବା ପରେ ମଧ୍ୟ PCTରେ ଇଂଲଣ୍ଡ ପରାଜୟବରଣ କରିଛି। ଇଂଲଣ୍ଡ ଦଳ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୫-୨୭ ର ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଅଛି।

ଦଳ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚ୍ ଖେଳିଛି। ଯେଉଁଥିରୁ ଦୁଇଟି ଜିତିଛି ଏବଂ ଗୋଟିଏ ହାରିଛି। ଆଉ ଗୋଟିଏ ମ୍ୟାଚ୍ ଡ୍ର ହୋଇଛି। ତେଣୁ ଏହାର PCT ୫୪.୧୭ ହୋଇଗଲାଣି। ଯେତେବେଳେ ମ୍ୟାଚ୍ ପୂର୍ବରୁ ଏହାର PCT ୬୧.୧ ଥିଲା।

ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ଅଛି: ଅନ୍ୟପକ୍ଷରେ ଟେଷ୍ଟ ମ୍ୟାଚ୍ ଡ୍ର ହେବା ପରେ, ଭାରତୀୟ ଦଳ କୌଣସି କ୍ଷତି ସହିନାହିଁ କିମ୍ବା ଲାଭ ବି ପାଇନାହିଁ।

ଭାରତୀୟ ଦଳ ବର୍ତ୍ତମାନ WTC ୨୦୨୫-୨୭ ର ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ଅଛି। ଦଳ ଚାରୋଟି ମ୍ୟାଚ୍ ଖେଳିଛି, ଯେଉଁଥିରୁ ଗୋଟିଏ ଜିତିଛି ଏବଂ ଗୋଟିଏ ଡ୍ର ହୋଇଛି। ଆଉ ଇଂଲଣ୍ଡ ପାଖରୁ ଦୁଇଟି ମ୍ୟାଚ୍ ହାରିଛି। ଏହାର PCT ୩୩.୩୩ ରହିଛି।

ଅଷ୍ଟ୍ରେଲିଆ ଦଳ ଏକ ନମ୍ବରରେ ଅଛି: ଅଷ୍ଟ୍ରେଲିଆ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୫-୨୭ର ପଏଣ୍ଟ ଟେବୁଲରେ ଏକ ନମ୍ବରରେ ଅଛି। ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳିଛି ଏବଂ ତିନୋଟିରେ ବିଜୟୀ ହୋଇଛି। ଏହାର PCT ୧୦୦।

ଏହାସହ ଶ୍ରୀଲଙ୍କା ଦଳ ଦ୍ୱିତୀୟ ସ୍ଥାନରେ ଅଛି। ଏହି ଟିମ୍ ଦୁଇଟି ମ୍ୟାଚ୍ ଖେଳିଛି, ଯେଉଁଥିରୁ ଏହା ଗୋଟିଏ ଜିତିଛି ଏବଂ ଗୋଟିଏ ଡ୍ର କରିଛି। ଏହାର PCT ୬୬.୬୭ ରହିଛି।

ୱେଷ୍ଟଇଣ୍ଡିଜ୍ ଦଳ ଜିତିପାରିଲାନି: ଯଦି ଦେଖିବା ବାଂଲାଦେଶ ଦଳ ପଞ୍ଚମ ସ୍ଥାନରେ ଅଛି। କାରଣ ଦଳ ଗୋଟିଏ ମ୍ୟାଚ୍ ହାରିଛି ଏବଂ ଗୋଟିଏ ଡ୍ର କରିଛି।

ତେଣୁ ଏହାର PCT ୧୬.୬୭ ରହିଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଦଳ ତିନୋଟି ମ୍ୟାଚ୍ ଖେଳିଛି ଏବଂ ତିନୋଟିରେ ପରାଜୟର ସମ୍ମୁଖୀନ ହୋଇଛି। ସେଥିପାଇଁ ଏହାର PCT ଶୂନ ରହିଛି। ପଏଣ୍ଟ ଟେବୁଲରେ ଏହା ଷଷ୍ଠ ସ୍ଥାନରେ ଅଛି।