ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା; ୧୦ ଲକ୍ଷ ଫାଇନ୍ ଦେଲେ ବସ୍ ମାଲିକ
ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା । ଏକ ଘରୋଇ ବସ୍ ମାଲିକଙ୍କୁ ୧୦ ଲକ୍ଷ ଟଙ୍କାର ଫାଇନ୍ ଲଗାଇଲା କଟକ RTO ।
କଟକ: ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା । ଏକ ଘରୋଇ ବସ୍ ମାଲିକଙ୍କୁ ୧୦ ଲକ୍ଷ ଟଙ୍କାର ଫାଇନ୍ ଲଗାଇଲା କଟକ RTO । ଗାଡିର ନଥିଲା ପରମିଟ୍ ଓ ଫିଟ୍ନେସ୍ ସାର୍ଟିଫିକେଟ୍ ।
ଶିବଶଙ୍କର ବସ୍ ମାଲିକ ଗଣିଲେ ୧୦ ଲକ୍ଷ ଟଙ୍କାର ଫାଇନ୍ । ଗାଡ଼ିର ଇନ୍ସୁରାନ୍ସ ନଥିଲା କି ରାସ୍ତାରେ ଚାଲିବାର ପରମିଟ୍ ବି ନଥିଲା। ଏପରିକି ସରକାରଙ୍କୁ ଟାକ୍ସ ଦେବାକୁ ଫାଙ୍କୁଥିଲେ । ଏନେଇ କଟକ RTO ପକ୍ଷରୁ ୧୦ ଲକ୍ଷ ଟଙ୍କା ଫାଇନ୍ କରାଯାଇଥିଲା ।
ତେବେ ଫିଟନେସ୍ ପାଇଁ ୫ହଜାର, ପଲ୍ୟୁସନ ପାଇଁ ୧୦ ହଜାର, ପର୍ମିଟ ବାବଦକୁ ୧୦ ହଜାର, ବୀମା ପାଇଁ ୨ ହଜାର, ଟ୍ୟାକ୍ସ ୩ ଲକ୍ଷ ୭ହଜାର ୬୬୪ ଓ ପେନାଲ୍ଟି ବାବଦକୁ ୬ଲକ୍ଷ ୮୫ ହଜାର ୯୨ ଟଙ୍କା ସମୁଦାୟ ୧୦ ଲକ୍ଷ ୧୯ ହଜାର ୭୫୬ ଟଙ୍କା ଫାଇନ କରାଯାଇଥିଲା ।