BSNL ଆଣିଲା ‘ଆଜାଦୀ କା ପ୍ଲାନ୍’; ମାତ୍ର 1 ଟଙ୍କାରେ 2GB ଦୈନିକ ଡାଟା ଏବଂ ଅନଲିମିଟେଡ୍ କଲିଂ, ଏହି ଦିନ ପର୍ଯ୍ୟନ୍ତ ରହିବ ଅଫର୍

BSNL ଆଣିଲା ଧମାକା ଅଫର ପ୍ଲାନ । ମାତ୍ର 1 ଟଙ୍କାରେ ଅନଲିମିଟେଡ କଲିଂ ସହିତ ଦୈନିକ 2 GB ଡାଟା ଏବଂ ଆହୁରି ଅନେକ କିଛି ପ୍ରଦାନ କରୁଛି।

ନୂଆଦିଲ୍ଲୀ: BSNL ଆଣିଲା ଧମାକା ଅଫର ପ୍ଲାନ । ସ୍ୱାଧୀନତା ଦିବସ ଅବସରରେ ‘ଆଜାଦୀ କା ପ୍ଲାନ୍’ ଲଞ୍ଚ କଲା BSNL । ଆଗକୁ ସ୍ବାଧିନତା ଦିବସ ଆସୁଛି । ଏହି ଅବସରରେ, ସରକାରୀ ଟେଲିକମ୍ କମ୍ପାନୀ, Airtel ଏବଂ Jio ଭଳି ଘରୋଇ କମ୍ପାନୀଗୁଡ଼ିକୁ ଟକ୍କର ଦେବା ପାଇଁ ଏକ ଚମତ୍କାର ପ୍ଲାନ୍ ଲଞ୍ଚ କରିଛି। ଏହି ପ୍ଲାନର ମୂଲ୍ୟ ବହୁତ କମ୍। କମ୍ପାନୀ ମାତ୍ 1 ଟଙ୍କାରେ ଏହି ପ୍ଲାନ୍ ଲଞ୍ଚ କରିଛି। ବିଶ୍ବାସ ନ ଲାଗିଲେ ବି ଏହା ସହ । BSNL ଆପଣଙ୍କୁ ମାତ୍ର 1 ଟଙ୍କାରେ ଅନଲିମିଟେଡ କଲିଂ ସହିତ ଦୈନିକ 2 GB ଡାଟା ଏବଂ ଆହୁରି ଅନେକ କିଛି ପ୍ରଦାନ କରୁଛି। ଯଦି ଆପଣ ଭାବୁଛନ୍ତି ଯେ ଏହି ପ୍ଲାନ୍ କେବଳ ଗୋଟିଏ ଦିନ କିମ୍ବା କିଛି ଘଣ୍ଟାର ବୈଧତା ସହିତ ଆସିଛି, ତେବେ ତାହା ଭୁଲ ।

ଆସନ୍ତୁ ଏହି ପ୍ଲାନ ବିଷୟରେ ଜାଣିବା …

BSNL ର ନୂତନ ପ୍ଲାନ ଆକର୍ଷଣୀୟ

BSNL ଇଣ୍ଡିଆ ଏହାର ଅଫିସିଆଲ୍ X ଆକାଉଣ୍ଟରୁ ଟ୍ୱିଟ୍ କରି ନୂତନ Azadi ka Plan ଘୋଷଣା କରିଛି। ଟ୍ୱିଟ୍ ଅନୁଯାୟୀ, BSNL ଏହି ଯୋଜନାରେ ଉପଭୋକ୍ତାମାନଙ୍କୁ ଅସୀମିତ ଭଏସ୍ କଲ୍ ସହିତ ପ୍ରତିଦିନ 100 ଟି ମାଗଣା SMS ଦେଉଛି। ଏହା ବ୍ୟତୀତ, ପ୍ୟାକରେ ପ୍ରତିଦିନ 2GB ଡାଟା ମଧ୍ୟ ଦିଆଯାଉଛି। କମ୍ପାନୀର ଏହି ଯୋଜନାର ବୈଧତା 30 ଦିନ ଅର୍ଥାତ୍ ଏକ ମାସ। କେବଳ ଏତିକି ନୁହେଁ, ଅନେକ ସୁବିଧା ସହିତ ଏକ ମାଗଣା SIM କାର୍ଡ ମଧ୍ୟ ଦିଆଯାଉଛି। ଏହାର ଅର୍ଥ ହେଉଛି, ଏହି ଯୋଜନା BSNL ର ନୂତନ ଉପଭୋକ୍ତାମାନଙ୍କ ପାଇଁ। ଯଦି ଆପଣ ଏହି ସେବା ବ୍ୟବହାର କରିବାକୁ ଚାହାଁନ୍ତି, ତେବେ କେବଳ ଗୋଟିଏ ଟଙ୍କା ଦେଇ ଆପଣ ଗୋଟିଏ SIM, ଅନଲିମିଟେଡ କଲିଂ, ମାଗଣା SMS ଏବଂ 2GB ଡାଟା ପାଇପାରିବେ।

ଅଫର୍ କେତେ ପର୍ଯ୍ୟନ୍ତ?

BSNL ର ଏହି ଫ୍ରିଡମ ଅଫର୍ ଆଜି ଅର୍ଥାତ୍ 1 ଅଗଷ୍ଟ, 2025 ରୁ ଆରମ୍ଭ ହୋଇଛି ଏବଂ 31 ଅଗଷ୍ଟ, 2025 ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ, ଲୋକମାନେ ସେମାନଙ୍କ ନିକଟସ୍ଥ BSNL CSC କିମ୍ବା ରିଟେଲ ସପକୁ ଯାଇ ଏହି ଅଫରର ଲାଭ ଉଠାଇପାରିବେ। ଏହି ଅଫର ସେମାନଙ୍କ ପାଇଁ ବହୁତ ଭଲ ଯେଉଁମାନେ ଦୀର୍ଘ ସମୟ ପାଇଁ BSNL ନେଟୱାର୍କ ବ୍ୟବହାର କରିବାକୁ ଚାହୁଁଛନ୍ତି। ଏବେ ସେମାନେ ମାତ୍ର 1 ଟଙ୍କାରେ ସେବା ପାଇପାରିବେ।

କମ୍ପାନୀର ଉଦ୍ଦେଶ୍ୟ କ’ଣ?

କମ୍ପାନୀ ଏହାର ଗ୍ରାହକମାନଙ୍କୁ ବୃଦ୍ଧି କରିବାକୁ ଚାହୁଁଛି। ଏହି କାରଣରୁ, ଏହା ବ୍ୟବହାରକାରୀମାନଙ୍କୁ ମାତ୍ର 1 ଟଙ୍କାରେ ସିମ୍ ସହିତ ଏତେ ସୁବିଧା ଦେଉଛି। ଏହି ରଣନୀତି ଜିଓ ପରି। ଯେପରି ଜିଓ ଆରମ୍ଭରେ ଲୋକମାନଙ୍କୁ ମାଗଣା ସିମ୍ ବଣ୍ଟନ କରିଥିଲା। ସେହିପରି, ବର୍ତ୍ତମାନ BSNL ମଧ୍ୟ ଲୋକମାନଙ୍କୁ ସିମ୍ ବ୍ୟବହାର କରିବାକୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛି। ତଥାପି, ଏହା ଲୋକଙ୍କ ପାଇଁ ଏକ ଭଲ ସୁଯୋଗ।