Prajwal Revanna: ବଳାତ୍କାର ମାମଲାରେ ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନା ଦୋଷୀ ସାବ୍ୟସ୍ତ, କୋର୍ଟରେ କାନ୍ଦି ପକାଇଲେ
ବିଚାରପତିଙ୍କ ନିଷ୍ପତ୍ତି ଶୁଣି କାନ୍ଦିବାକୁ ଲାଗିଲେ ପୂର୍ବତନ ଜେଡିଏସ୍ ସାଂସଦ ।
ନୂଆଦିଲ୍ଲୀ: ବଳାତ୍କାର ଏବଂ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ଜେଡିଏସ ସାଂସଦ ପ୍ରଜ୍ବଳ ରେବନା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କର୍ଣ୍ଣାଟକ ହାଇକୋର୍ଟରୁ ତାଙ୍କୁ ଏକ ବଡ ଝଟକା ଲାଗିଛି ।
ଯେତେବେଳେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କଲେ, କୋର୍ଟରେ ଉପସ୍ଥିତ ରେବନା କାନ୍ଦିବାକୁ ଲାଗିଲେ। କୋର୍ଟ ଦ୍ୱାରା ଦଣ୍ଡ ଘୋଷଣା କରାଯିବ। ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନାଙ୍କୁ ସେକ୍ସ ଟେପ୍ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି ।
ରୁଜୁ ହୋଇଥିଲା ଯୌନ ନିର୍ଯାତନା ମାମଲା- ପ୍ରଜ୍ୱଳ ରେବନାଙ୍କ ବିରୋଧରେ ଯୌନ ନିର୍ଯାତନାର ଅନେକ ମାମଲା ରୁଜୁ ହୋଇଛି । ଏହା ସହିତ ତାଙ୍କ ଉପରେ ଅନେକ ମହିଳାଙ୍କୁ ବଳାତ୍କାର କରିବାର ମଧ୍ୟ ଅଭିଯୋଗ ଅଛି । ପ୍ରଜ୍ୱଳ ରେବନାଙ୍କ ବିରୋଧରେ ଅଭିଯୋଗ ଯୋଗୁଁ, ଜେଡିଏସ୍ ତାଙ୍କୁ ଦଳରୁ ନିଲମ୍ବିତ ମଧ୍ୟ କରିଥିଲା। କହିରଖୁଛୁ କି, ପ୍ରଜ୍ୱଳ ରେବନା ହେଉଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ନାତି ।
ପ୍ରଜ୍ୱଳ ରେବନାଙ୍କ ବିରୋଧରେ ମୋଟ ୪ଟି ମାମଲା ରୁଜୁ ହୋଇଛି, ଯେଉଁଥିରୁ ତାଙ୍କୁ କେବଳ ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଆଗାମୀ ଦିନରେ କୋର୍ଟ ସେହି ମାମଲାରେ ରାୟ ଦେଇପାରନ୍ତି ।
ସମ୍ପୂର୍ଣ୍ଣ ମାମଲା କ’ଣ- ପ୍ରଜ୍ୱଳ ରେବନା ଙ୍କ ଘରେ କାମ କରୁଥିବା ଜଣେ ମହିଳା ତାଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏହା ବ୍ୟତୀତ ବେଙ୍ଗାଲୁରୁର ସାର୍ବଜନୀନ ସ୍ଥାନରେ ଅନେକ ପେନ୍ ଡ୍ରାଇଭ୍ ମିଳିଥିଲା। ଦାବି କରାଯାଇଥିଲା ଯେ ପେନ୍ ଡ୍ରାଇଭରେ ୩ ହଜାରରୁ ୫ ହଜାର ଭିଡିଓ ଅଛି, ଯେଉଁଥିରେ ପ୍ରଜ୍ୱଳ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବାର ଦେଖାଯାଉଛି। ଭିଡିଓଗୁଡ଼ିକରେ ମହିଳାମାନଙ୍କ ମୁହଁ ମଧ୍ୟ ଦେଖାଯାଉଥିଲା ।
ଏହି ମାମଲା ସାମ୍ନାକୁ ଆସିବା ପରଠାରୁ ରାଜ୍ୟବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଥିଲା। ମାମଲା ବଢ଼ୁଥିବା ଦେଖି ତଦନ୍ତ ପାଇଁ SIT ଗଠନ କରାଯାଇଥିଲା। ତଦନ୍ତ ପରେ ପ୍ରଜ୍ୱଳଙ୍କ ବିରୋଧରେ ବଳାତ୍କାର, ନିର୍ଯାତନା, ବ୍ଲାକମେଲିଂ ଏବଂ ଧମକ ଦେବା ଭଳି ଅଭିଯୋଗ ସହିତ ୩ଟି ମାମଲା ରୁଜୁ ହୋଇଥିଲା। ମହିଳାଙ୍କୁ ବଳାତ୍କାର କରିବା ପରେ ରେବନା ସରକାରୀ ଚାକିରି ପ୍ରଦାନ କରୁଥିଲେ।