ମୁଣ୍ଡରେ ହେଲମେଟ୍, କାନ୍ଧରେ ସ୍କୁଲ ବ୍ୟାଗ୍…ଏହି କଲେଜରେ ପିଲାଙ୍କ ନୂଆ ରୂପ, ହେଲମେଟ୍ ପିନ୍ଧି ପଢନ୍ତି ପାଠ

ଏହି କଲେଜରେ ପିଲାଙ୍କ ନୂଆ ରୂପ । ମୁଣ୍ଡରେ ହେଲମେଟ୍, କାନ୍ଧରେ ସ୍କୁଲ ବ୍ୟାଗ୍ ପକାଇ ପାଠ ପଢନ୍ତି ପିଲେ । ଜାଣନ୍ତୁ କଣ ରହିଛି ଏହା ପଛର କାରଣ ।

ଜୟପୁର: ରାଜସ୍ଥାନର ଝାଲାୱାଡ଼ରେ ସ୍କୁଲ ଦୁର୍ଘଟଣା ପରେ ମଧ୍ୟ ଚେତୁ ନାହାଁନ୍ତି ସରକାର । ସେମିତି ଜରାଜୀର୍ଣ୍ଣ ହୋଇ ପଡ଼ି ରହିଛି ସ୍କୁଲ । ସେହିପରି ରାଜ୍ୟର କୋଟା ଜିଲ୍ଲାରେ ଅବସ୍ଥିତ ଏକ ସରକାରୀ କଲେଜର କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଏହା ଦେଖାଯାଉଛି ଯେପରି, ଭୂମିକମ୍ପ ପରେ ଏହା ଏକ କୋଠାର ଅବଶିଷ୍ଟ ଅଂଶ।

ସରକାରୀ କଲେଜର ଏହି କୋଠା ୧୦୦ ବର୍ଷ ପୁରୁଣା ବୋଲି କୁହାଯାଏ। ଏବେ ଦୁର୍ଘଟଣା ଭୟରେ ଛାତ୍ରମାନେ ହେଲମେଟ୍ ପିନ୍ଧି ସ୍କୁଲକୁ ଆସୁଥିବା ଦେଖିବାକୁ ମିଳିଛି। ଏହି କଲେଜ କୋଠାର କୌଣସି ସ୍ଥାନରେ ଲୁହା ରଡ୍ ଦେଖାଯାଉଛି ତ କୌଣସି ସ୍ଥାନରେ ଛାତରୁ ପ୍ଲାଷ୍ଟର ଝଡ଼ୁଛି।

ବର୍ଷା ଋତୁରେ ଏହି କଲେଜ ପରିସର ଏପରି ଲାଗେ, ଯେପରି ଇନଡୋର ୱାଟର ପାର୍କ ଖୋଲା ହୋଇଛି। ଛାତରୁ ପାଣି ଏପରି ଟପକୁଥାଏ ଯେପରି, ଏହା ଏମଏସସିର କ୍ଲାସ ନୁହେଁ ବରଂ ଜଳ ପରିଚାଳନାର କ୍ଲାସ ଚାଲିଛି।

ଛାତ୍ରମାନେ ଭଙ୍ଗା କୋଠା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି

ଛାତ୍ର ନେତା ହେମନ୍ତ ମୀନା ହେଲମେଟ ପିନ୍ଧି ଏବଂ ଛତା ଧରି କ୍ଲାସରେ ପ୍ରବେଶ କଲେ ଏବଂ ସିଧା ସିଧା କହିଲେ ଯେ, ଏବେ ଆମେ ପଢିବୁ ନଚେତ୍ ଦୁର୍ଘଟଣାରେ ମରିବୁ। ତାଙ୍କ ସହିତ ଅନେକ ଛାତ୍ରଛାତ୍ରୀ ମଧ୍ୟ ହେମନ୍ତ ମୀନାଙ୍କୁ ସମର୍ଥନ କରିଥିଲେ। ସେମାନେ କଲେଜ ଶିକ୍ଷା କମିଶନରେଟର ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେଥିରେ କଲେଜ ଭଙ୍ଗା ବିଲ୍ଡି ଉପରେ ତଦନ୍ତ କରାଯାଉ କିମ୍ବା ଛୁଟି ଦେବାକୁ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଆବେଦନ କରାଯାଇଛି।

କଲେଜରେ ସବୁଠି ପାଣି

କଲେଜର ମୁଖ୍ୟ ଫାଟକ ଦେଇ ପ୍ରବେଶ କରିବା ମାତ୍ରେ ଆପଣଙ୍କୁ ଏପରି ଅନୁଭବ ହୁଏ ଯେପରି ଆପଣ ବୋଟ କ୍ଲବରେ ପହଞ୍ଚି ଯାଇଛନ୍ତି। ସମଗ୍ର ପଡ଼ିଆ ପାଣିରେ ବୁଡ଼ି ରହିଛି । ଛାତ୍ରମାନେ କହିଛନ୍ତି ଯେ ଏହା କେବଳ ଶ୍ରେଣୀଗୃହରେ ନୁହେଁ। ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟରେ ମଧ୍ୟ ସମାନ ଅବସ୍ଥା। ଷ୍ଟାଫ୍ ରୁମରେ ବି ବର୍ଷା ପାଣି ଟପକୁଛି।