ସ୍ତ୍ରୀ ପାଇଁ 9 ବର୍ଷର ପୁତୁରାକୁ ବଳି ଦେଲା କନଷ୍ଟେବଳ କାକା, ତଣ୍ଟି କାଟି ନଦୀରେ ଫିଙ୍ଗି ଦେଲେ

ଉତ୍ତର ପ୍ରଦେଶର ଦେଓରିଆରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ତନ୍ତ୍ର-ମନ୍ତ୍ର ପାଇଁ ପ୍ରଥମେ 9 ବର୍ଷର ପୁତୁରାକୁ ଅପହରଣ ଏବଂ ପରେ ବଳି ଦେଇଛି ନିଜ କାକା ।

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଦେଓରିଆରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଅଭିଯୁକ୍ତମାନେ ଏକ 9 ବର୍ଷର ବାଳକ ଆରୁଷ ଗୌରଙ୍କୁ ପ୍ରଥମେ ତନ୍ତ୍ର-ମନ୍ତ୍ର ପାଇଁ ଅପହରଣ କରିଥିଲେ। ଏବଂ ପରେ ନିର୍ଦ୍ଦୋଷ ଶିଶୁକୁ ବଳି ଦେଇ ନିର୍ମମ ଭାବରେ ହତ୍ୟା କରିଥିଲେ।

ତେବେ ନିର୍ଦ୍ଦୋଷ ଶିଶୁର ହତ୍ୟାରେ ମୁଖ୍ୟ ଅଭିଯୁକ୍ତ ହେଉଛି ତାର ନିଜ କାକା ଇନ୍ଦ୍ରଜିତ ଗୌର । ଯିଏ ୟୁପି ପୋଲିରେ କନଷ୍ଟେବଳ ଅଛନ୍ତି । ପୋଲିସ ଏନେଇ କାକା  ଇନ୍ଦ୍ରଜିତ ଗୌରଙ୍କ ଏବଂ ତାନ୍ତ୍ରିକ ସମେତ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ପୋଲିସକୁ କହିଛନ୍ତି

ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରଜିତ ଗୌର 2024 ମସିହାରେ ପାଠଖାଉଲି ଥାନା ଭାଲୁଆନି ଜିଲ୍ଲା ଦେଓରିଆର ପର୍ଶୁରାମ ଗୌରଙ୍କ ଝିଅ ଶାମ୍ଭାଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ତାଙ୍କ ସ୍ତ୍ରୀ ଉପରେ କୌଣସି ଦେବୀ ଆସୁଛନ୍ତି ବୋଲି କୁଆଡ଼େ କୁହାଯାଇଥିଲା । ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଶ୍ୱଶୁର ଘର ଲୋକେ ଏହା ଦେଖି ଚିନ୍ତିତ ହୋଇ ତାଙ୍କୁ ଝଡ଼ାଫୁଙ୍କା ପାଇଁ ତାନ୍ତ୍ରୀକ ପାଖକୁ ନେଇଗଲେ। ଯେଉଁଠାରେ ସେ ମାନବ ବଳି ବିଷୟରେ ହୋଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହା ପରେ, ରାତିରେ ଏକ ବଗିଚାରେ ପୂଜା କରି ନାବାଳକକୁ ହତ୍ୟା କରାଯାଇଥିଲା ଏବଂ ଛୁରୀରେ ତାଙ୍କ ଗଳା କାଟି ମୃତଦେହକୁ ସେହିଠାରେ ହିଁ ପୋତି ଦିଆଯାଇଥିଲା।

ପରିବାର ଲୋକ ନିଖୋଜ ଅଭିଯୋଗ ଦାଖଲ କରିଥିଲେ

ଏହା ପରେ, ଅଭିଯୁକ୍ତ ତାନ୍ତ୍ରୀକ ଇନ୍ଦ୍ରଜିତ ଦ୍ବାରା ମୃତଦେହକୁ ବାହାର କରିଥିଲେ ଏବଂ ଏପ୍ରିଲ 20 ତାରିଖ 2025ରେ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି ବରହଜର ଗୌରଘାଟରେ ନଦୀରେ ଫିଙ୍ଗି ଦେଇଥିଲେ। ଏପଟେ ୧୭ ଏପ୍ରିଲରେ ବାଦୀ ସୋମନାଥ ଗୌର ତାଙ୍କ ନଅ ବର୍ଷ ବୟସର ଭଣଜା ଆରୁଷ ଗୌରଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ।

ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି

ପୋଲିସ ତଦନ୍ତରୁ ଜଣାପଡିଛି ଯେ ଶିଶୁର ନିକଟ ସମ୍ପର୍କୀୟମାନେ ହିଁ ଏହି କାଣ୍ଡ ଭିଆଇଛନ୍ତି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଲେ, ଜୟପ୍ରକାଶ ଗୌର, ଇନ୍ଦ୍ରଜିତ ଗୌର, ଭୀମ ଗୌର, ରମାଶଙ୍କର ଓରଫ ଶଙ୍କର ଗୌର । ସେମାନେ ଶିଶୁକୁ ପ୍ରଥମେ ଅପହରଣ କରିଥିଲେ, ଏବଂ ପରେ ବଳି ଦେଇଥିଲେ। ମୃତଦେହକୁ ନଦୀରେ ଫିଙ୍ଗି ଦିଆଯାଇଥିଲା। ଚାରି ଅଭିଯୁକ୍ତ ଅପରାଧ ସ୍ୱୀକାର କରିଛନ୍ତି।