ବୌଦ୍ଧ MVI ଘରେ ଭିଜିଲାନ୍ସ ; 36ଟି ପ୍ଲଟ, 250ଗ୍ରାମ ସୁନା, 56 ଲକ୍ଷ ଜମା ଠାବ କଲା ଆୟକର ବିଭାଗ

ଭିଜିଲାନ୍ସ ଜାଲରେ ବୌଦ୍ଧ MVI ଗୋପାଲ ଚନ୍ଦ୍ର ହାଂସଦା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ ସମେତ 6ଟି ସ୍ଥାନରେ ରେଡ ଚାଲିଛି ।

ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ MVI ଗୋପାଲ ଚନ୍ଦ୍ର ହାଂସଦା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ ସମେତ 6ଟି ସ୍ଥାନରେ ରେଡ ଚାଲିଛି ।

ବାରିପଦା ଘର, ବୌଦ୍ଧ ଭଡ଼ା ଘର ଓ RTO ଅଫିସରେ ରେଡ଼୍ କରୁଛି ଭିଜିଲାନ୍ସ । ମୟୂରଭଞ୍ଜ ଖୁଣ୍ଟା ପୈତୃକ ଘର, ବାରିପଦା ସହଯୋଗୀଙ୍କ ଘରେ ମଧ୍ଯ ରେଡ୍ ଚାଲିଛି । ଭୁବନେଶ୍ବର ପାଣ୍ଡରାରେ ଝିଅ ରହୁଥୁବା ଫ୍ଲାଟରେ ବି ଚଢାଉ ଜାରି  ରହିଛି।

ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୪ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଉଛି।

ବୌଦ୍ଧ ଏମ ଭି ଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କର ଗୋଟିଏ ବହୁତଳ ପ୍ରାସାଦ ଓ ୩୬ଟି ପ୍ଲଟ୍ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ। ତେଣେ ତାଙ୍କର ପୋଷ୍ଟ ଅଫିସ୍ ଓ ବ୍ୟାଙ୍କରେ ୫୬ ଲକ୍ଷ ଟଙ୍କାର ଜମା ଥିବା ବି ଜଣାଯାଇଛି। ଖାଲି ସେତିକି ନୁହେଁ, ସେ ନିଜ ଝିଅର ମେଡିକାଲ୍ ପାଠପଢ଼ା ବାବଦରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୌଦ୍ଧ ଏମ ଭି ଆଇ ଗୋଲାପ ଚନ୍ଦ୍ର ହାଁସଦା। ଏହାଛଡ଼ା ୨ ଲକ୍ଷ ୩୮ ହଜାର ୭୨୫ ଟଙ୍କା ନଗଦ, ୨୫୦ ଗ୍ରାମ୍ ସୁନା ଓ  ୪୦୦ ଗ୍ରାମ୍ ରୁପା ଜବତ କରିଛି ଭିଜିଲାନ୍ସ। ତାଙ୍କର ଗୋଟିଏ ଚାରିଚକିଆ ଓ ତିନିଟି ବାଇକ୍‌ ଥିବା ବି ଜଣାଯାଇଛି।