BREAKING: ବିଜେଡିର ଡାକରା, ବଳଙ୍ଗା ନାବାଳିକା ଜଳିଯିବା ଘଟଣାରେ ୭ରେ ପୁରୀ ବନ୍ଦ
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ବିଜୁ ଜନତା ଦଳ।
ପୁରୀ: ବଳଙ୍ଗା ପୀଡ଼ିତା ପୋଡ଼ି ଘଟଣାରେ ବନ୍ଦ ଡାକରା ଦେଲା ବିଜେଡି। ଆସନ୍ତା ୭ ତାରିଖରେ ପୁରୀ ବନ୍ଦ ଡାକରା ଦେଲା ବିଜୁ ଜନତା ଦଳ।
ବିଜେଡି ଦଳ ପକ୍ଷରୁ କୁହାଯାଇଛି କି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ।
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ବିଜୁ ଜନତା ଦଳ।
୨ ତାରିଖ ଦିନ ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତା ଆଖି ବୁଜିଥିଲେ। ୩ତାରିଖ ଦିନ ବଳଙ୍ଗା ପୀଡ଼ିତାଙ୍କୁ ଭୁବନେଶ୍ୱର ପରେ ବଳଙ୍ଗା ନିଆଯାଇଥିଲା।
ମୃତଦେହ ଗ୍ରାମକୁ ଯିବା ସମୟରେ ସ୍ୱତନ୍ତ୍ର କାରକେଡ଼ ଓ ୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲା। ବଳଙ୍ଗା ପୀଡ଼ିତାଙ୍କ ମରଶରୀର ତାଙ୍କ ଗାଁ କବରସ୍ତାନରେ କବର ଦିଆଯାଇଥିଲା।
ମୃତଦେହ ପହଞ୍ଚିବା ପୂର୍ବରୁ ଗାଁମାଟିର କବରସ୍ତାନରେ କବର ଖୋଳା ଯାଇଛି ।