ଭୁବନେଶ୍ୱର: ସୁଭଦ୍ରା ଭଉଣୀଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବିଭାଗକୁ ଚିଠି ଲେଖିବା ପାଇଁ ସୁଭଦ୍ରା ଭଉଣୀଙ୍କୁ ପରାମର୍ଶ ଦେଲେ ପ୍ରଭାତୀ ।
ସୁଭଦ୍ରା ଟଙ୍କାରେ କ’ଣ କରିଛନ୍ତି ଚିଠି ଲେଖି ଜଣାନ୍ତୁ । ସଫଳ ବିଜନେଶ୍ ମଡେଲକୁ ୱେବସାଇଟରେ ସ୍ଥାନୀତ କରାଯିବ ।
ରାକ୍ଷୀ ପୂର୍ଣ୍ଣିମା ଅର୍ଥାତ୍ ଅଗଷ୍ଟ ୯ ତାରିଖରେ ସୁଭଦ୍ରା ଉପଭୋକ୍ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ପୂର୍ବରୁ ୩ଟି କିସ୍ତି ଟଙ୍କା ମିଳିଥିବାବେଳେ ଚତୁର୍ଥ କିସ୍ତି ଟଙ୍କା ଅଳ୍ପଦିନରେ ଆକାଉଣ୍ଟଙ୍କୁ ପଠାଯିବ ।
ରାଜ୍ୟର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟସରକାର ସୁଭଦ୍ରା ଯୋଜନାର ପ୍ରଚଳନ କରିଛନ୍ତି ।