BREAKING:ଚଷମାରେ ହିଡେନ୍ କ୍ୟାମେରା ଲଗାଇ କରୁଥିଲେ ଶ୍ରୀମନ୍ଦିରରେ ପ୍ରବେଶ , ପଶ୍ଚିମ ଦ୍ୱାରରୁ ଧରିଲା ପୋଲିସ୍
ଯୁବକଙ୍କୁ ଅଟକ ରଖିବା ସହ ମୋବାଇଲ ଜବତ କରି ଯାଞ୍ଚ କରୁଛି ପୋଲିସ।
ପୁରୀ: ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍ କ୍ୟାମେରା ଯୁକ୍ତ ଚଷମା। ପଶ୍ଚିମ ଦ୍ୱାର ନିକଟରୁ ଧରାପଡ଼ିଲା ହିଡେନ୍ କ୍ୟାମେରା।
ଚଷମାରେ ହିଡେନ୍ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ। ପଶ୍ଚିମବଙ୍ଗର ଜଣେ ଭକ୍ତକୁ ଧରିଲା ସିଂହଦ୍ୱାର ଥାନା ପୋଲିସ।
ଯୁବକଙ୍କୁ ଅଟକ ରଖିବା ସହ ମୋବାଇଲ ଜବତ କରି ଯାଞ୍ଚ କରୁଛି ପୋଲିସ। କାଲି ଗୁଜୁରାଟର ଜଣେ ବ୍ୟକ୍ତି ମଧ୍ୟ ଅନୁରୂପ କାର୍ଯ୍ୟ ପାଇଁ ଧରାପଡ଼ିଥିଲେ।
ଏବେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ। ଅନେକ ଥର ଶ୍ରୀମନ୍ଦିର ଭିଡିଓ ଉତ୍ତୋଳନ କରାଯାଇ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି ଯୁବକ।
ଏକ ସପ୍ତାହ ପୂର୍ବରୁ ପୁରୀ ଗଜପତି ନଗରର ଜଣେ ଯୁବକ ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ପୋଲିସ ତାଙ୍କୁ ଧରିବା ପରେ ତାଗିଦ କରି ଫଟୋ ଭିଡିଓ ଡିଲିଟ କରି ଛାଡିଦେଇଥିଲା ।
ତେବେ ଏହି ଘଟଣାର ପୁନରାବୃତ୍ତି ହେବା ପରେ କିପରି ଚେକିଂ ହେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।