ବବିତା ପାତ୍ର ହେଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା, ସୋଭନା ମହାନ୍ତି ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ

ଦୁଇ ମହିଳାଙ୍କୁ ମିଳିଲା ବଡ଼ ଦାୟିତ୍ବ । ବବିତା ପାତ୍ର ଏବଂ ସୋଭନା ମହାନ୍ତିଙ୍କୁ ବଡ଼ ଦାୟିତ୍ବ ଦେଲେ ରାଜ୍ୟ ସରକାର ।

ଭୁବନେଶ୍ୱର : ଦୁଇ ମହିଳାଙ୍କୁ ମିଳିଲା ବଡ଼ ଦାୟିତ୍ବ । ବବିତା ପାତ୍ର ଏବଂ ସୋଭନା ମହାନ୍ତିଙ୍କୁ ବଡ଼ ଦାୟିତ୍ବ ଦେଲେ ରାଜ୍ୟ ସରକାର । ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବରେ ନିଯୁକ୍ତ ହୋଇଥିବା ବେଳେ ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା ।

ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବରେ 3 ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚା ଜାରି ହୋଇଛି । ସେହିପରି ଶିଶୁ ସୁରକ୍ଷା ଆୟୋଗରେ ସ୍ଥାନ ପାଇଛନ୍ତି ଆଉ 6 ସଦସ୍ୟ । ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ, ସୁଜତା ନାୟକ ସଦସ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି ।

ସେପଟେ ସୋଭନା ମହାନ୍ତିଙ୍କୁ ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବରେ ୩ ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ ହେବା ପରେ ସୋଭନା ମହାନ୍ତି କହିଛନ୍ତି, ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରିବି । ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେଉଛନ୍ତି । ବାଲେଶ୍ୱର ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି । ଆଗକୁ ମଧ୍ୟ ମହିଳାଙ୍କୁ ନ୍ୟାୟ ପାଇଁ କଠୋର ପଦକ୍ଷେପ ନିଆଯିବ ବୋଲି ସୋଭନା ମହାନ୍ତି କହିଛନ୍ତି ।