ବାପରେ ବାପ୍…. କେତେ ସାହାସୀ ଗାଈ! (ଦେଖନ୍ତୁ Video) ଗହଳି ରାସ୍ତାରେ ଗାଈ ଚଲାଇଲା ସ୍କୁଟର
ଭିଡିଓ ଲୋକଙ୍କୁ ଚିନ୍ତାରେ ପକାଇଛି । ସ୍କୁଟିରେ ବସି ମଜା ନେଉଛି ଗାଈ ।
ଓଡିଶା ଭାସ୍କର: ରାସ୍ତାରେ ଗାଈ ବୁଲୁଥିବାର ଦେଖିଲେ ଲୋକମାନେ କବାଟ, ଝରକା ବନ୍ଦ କରିଦିଅନ୍ତି। କିନ୍ତୁ ଏଥର ଘଟଣା ଟିକିଏ ଭିନ୍ନ ହୋଇଗଲା। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖି ଲୋକମାନେ ହସୁଛନ୍ତି।
ଭିଡିଓରେ,ଏକ ଗାଈ ହଠାତ୍ ରାସ୍ତାରେ ଠିଆ ହୋଇଥିବା ଏକ ସ୍କୁଟର ଉପରେ ଚଢିଯାଉଛି । ଏହାପରେ ସ୍କୁଟର ଚଲେଇବା ଆରମ୍ଭ କରୁଛି । ମଜାଦାର କଥା ହେଉଛି ଏହି ସମ୍ପୂର୍ଣ୍ଣ ଦୃଶ୍ୟ ଘର ବାହାରେ ଲାଗିଥିବା ସିସି ଟିଭି କ୍ୟାମେରାରେ କଏଦ ହୋଇଥିବାବେଳେ ଏବେ ଇଣ୍ଟରନେଟରେ ଭାଇରଲ ହେଉଛି।
ସ୍କୁଟର ଚଢିଲା
ଏହି ଭାଇରାଲ ଭିଡିଓରେ ଗାଈ ରାସ୍ତାରେ ଗାଡି ଚଳାଉଥିବାର ଦେଖିବାକୁ ମିଳିଛି । ଏକ ଘର ସାମ୍ନାରେ ସ୍କୁଟରଟି ରଖାଯାଇଥିବା ବେଳେ ହଠାତ ଏକ ଗାଈ ଆସି ସ୍କୁଟର ଉପରେ ବସିବାକୁ ଦେଶଟା କରୁଛି ।
ଏହା ଅରେ ସ୍କୁଟର ଉପରେ ଗାଈ ବସି ଆଗକୁ ବଢ଼ିବାରେ ଲାଗିଲା। ଗାଈଟି ସ୍କୁଟରର ହ୍ୟାଣ୍ଡେଲ ଏବଂ ସିଟ୍ ମଧ୍ୟରେ ତା’ର ଉଭୟ ଆଗ ଗୋଡ଼ ରଖିଥାଏ। କିନ୍ତୁ ଗାଈର ଓଜନ ସ୍କୁଟର ଉପରେ ପଡ଼ିବା ମାତ୍ରେ, ସ୍କୁଟରଟି ଧୀରେ ଧୀରେ ଆଗକୁ ବଢ଼ିବାକୁ ଆରମ୍ଭ କରେ।
ସ୍କୁଟର ଆଗକୁ ବଢ଼ିବା ମାତ୍ରେ, ଗାଈଟି ମଧ୍ୟ ତା ସହିତ ଚାଲିବାରେ ଲାଗିଥାଏ। କିଛି ସେକେଣ୍ଡ ମଧ୍ୟରେ, ଦୃଶ୍ୟ ଏପରି ହୋଇଯାଏ ଯେପରି ଗାଈ ସ୍କୁଟର ଚଲାଉଛି।
ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିବା ଜଣାପଡ଼ିଛି । ତେବେ ଘଟଣାଟି କେଉଁ ସ୍ଥାନର ତାହା ସଠିକ୍ ଭାବେ ସ୍ପଷ୍ଟ ହୋଇ ନ ଥିବାବେଳେ ଭିଡିଓଟି ସୋସିଆଲ ମିଡିଆ ୟୁଜର୍ସଙ୍କୁ ଚିନ୍ତାରେ ପାକାଇ ଦେଇଛି ।
पहले अमेरिका कहता था…
अब भारत कहता है कि तुम्हारी सड़कों पर अब क्या गाय स्कूटी चला सकती है? pic.twitter.com/SIDs1yi9fV— Arvind Sharma (@sarviind) August 4, 2025