‘Dhadak 2’ର ଚାଲିଲାନି ଯାଦୁ, ୪୫ କୋଟିର ଫିଲ୍ମ ୫ମ ଦିନରେ ରୋଜଗାର କଲା ମାତ୍ର ଏତିକି
ଫ୍ଲପ୍ ‘ଧଡ଼କ ୨’! ଜାଣନ୍ତୁ ୫ମ ଦିନ ବକ୍ସ ଅଫିସ୍ କଲେକ୍ସନ କେତେ
ନୂଆଦିଲ୍ଲୀ: ତୃପ୍ତି ଡିମରୀ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ଷ୍ଟାରଙ୍କ ଫିଲ୍ମ ‘ଧଡ଼କ ୨’ରୁ ଆଶା ବହୁତ ଥିଲା । ହେଲେ ଏହା ଦର୍ଶକଙ୍କୁ ଇମ୍ପ୍ରେସ୍ କରିପାରିଲାନି । କୁଲ୍ ଓପନିଂ ୱିକେଣ୍ଡ ପରେ ବର୍ତ୍ତମାନ ଏହାର ଅବସ୍ଥା ଖରାପ । ଆସନ୍ତୁ ଜାଣିବା ଯେ, ‘ଧଡ଼କ ୨’ ରିଲିଜର ୫ମ ଦିନ ଅର୍ଥାତ ମଙ୍ଗଳବାର ଦିନ କେତେ କଲେକ୍ସନ କରିଛି ।
‘ଧଡ଼କ ୨’ ଫିଲ୍ମ ହଲରେ ଏମିତି ସମୟରେ ରିଲିଜ ହୋଇଛି, ଯେଉଁ ସମୟରେ ସୈୟାରାର କ୍ରେଜ୍ ଦର୍ଶକଙ୍କ ମୁଣ୍ଡରେ ଚଢିଛି । ଅହାନ ପାଣ୍ଡେ ଏବଂ ଅନ୍ଥଚ୍ଛ ପଡ୍ଡାଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରୀ ସାମ୍ନାରେ ତୃପ୍ତି ଡିମରୀ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଯୋଡ଼ି ଫିକା ପଡ଼ିଯାଇଛି ।
-‘ଧଡ଼କ ୨’ ରିଲିଜର ପ୍ରଥମ ଦିନ ୩.୫ କୋଟି ରୋଜଗାର କରିଥିଲା ।
-ଦ୍ୱିତୀୟ ଦିନ ଫିଲ୍ମ ୩.୭୫ କୋଟି, ସେହିପରି ତୃତୀୟ ଦିନ ୪.୧୫ କୋଟି ଏବଂ ଚତୁର୍ଥ ଦିନ ୧.୩୫ କୋଟିର ବିଜନେସ କରିଥିଲା ।
-ରିପୋର୍ଟ ମୁତାବକ ‘ଧଡ଼କ ୨’ ପଞ୍ଚମ ଦିନ ୧.୬୦ କୋଟି ରୋଜଗାର କରିଛି ।
-ସମୁଦାୟ ହିସାବ କଲେ ‘ଧଡ଼କ ୨’ ସମୁଦାୟ ୧୪.୩୫ କୋଟି ଟଙ୍କା କଲେକ୍ସନ କରିଛି । ଏହା ଫିଲ୍ମ ନିର୍ମାଣ ବଜେଟ୍ଠାରୁ ମଧ୍ୟ କମ୍ ରହିଛି ।
‘ଧଡ଼କ ୨’ ଫିଲ୍ମ ୪୫ କୋଟି ଟଙ୍କାରେ ନିର୍ମାଣ ହୋଇଛି । କିନ୍ତୁ ଫିଲ୍ମ ରିଲିଜର ୫ମ ଦିନ ମଧ୍ୟ ଏହା ନିର୍ମାଣ ବଜେଟ୍ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ।