(Video) ସୁନ୍ଦରୀ ଝିଅଙ୍କ ମେଳରେ ମଦ ପିଇ ନାଚୁଥିଲା ପୁଅ, ସେହି ସମୟରେ ପହଞ୍ଚିଗଲା ମା’, ତା’ପରେ ଯାହା ହେଲା…
ସୁନ୍ଦରୀଙ୍କ ସହ ନାଚୁଥିଲା ପୁଅ, ଚପଲରେ ସେକିଦେଇ ଗଲା ମା'
ଓଡିଶାଭାସ୍କର: ଝିଅଙ୍କ ସହ ମଦ ପିଇ ମଜା ନେଉଥିଲା ପୁଅ, ମାଆ ଆସି ଚପଲରେ ସେକିଦେଇଗଲା। ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖାଯାଇଛି ଯେ, ବହୁତ ଲୋକ ବାରରେ ସୋଫାରେ ବସି ମଦ୍ୟପାନ କରିବା ସହିତ ନାଚଗୀତର ମଜା ନେଉଥିଲେ।
View this post on Instagram
ହଠାତ ଜଣେ ଯୁବକ ନିଜକୁ ଆଉ ସମ୍ଭାଳି ନପାରି ସୋଫାରୁ ଉଠି ଝିଅଙ୍କ ମଝିରେ ଯାଇ ନାଚିବାକୁ ଲାଗିଲେ। ଠିକ ସେହି ସମୟରେ ନାଚୁଥିବା ଯୁବକଙ୍କ ମାଆ ଆସି ବାରରେ ପହଞ୍ଚିଗଲେ। ମାଆକୁ ଦେଖି ପୁଅର ବୁଦ୍ଧି ବାଉଳା ହେଇଗଲା। ସେ କିଛି କହିବା ପୂର୍ବରୁ ମା’ ଚପଲରେ ତାଙ୍କୁ ସେକିଦେଇ ଗଲେ। ଯୁବକ ଜଣଙ୍କ ନିଜକୁ ବଞ୍ଚାଇବା ପାଇଁ ଗେଟ ବାହାରକୁ ଦୌଡିବାକୁ ଲାଗିଲେ।
ଏହି ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି।