ସାମାନ୍ୟ ଭୁଲ୍ ପାଇଁ ୫୦୦ ମିଟର ଉଚ୍ଚ ଘାଟିରୁ ଖସିଲା କାର: ଲିଭିଗଲା ୬ ଜୀବନ ଦୀପ 

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଚମ୍ବାରେ ଘଟିଯାଇଛି  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ୫୦୦ ମିଟର  ଉଚ୍ଚ ଘାଟିରୁ  କାର୍ ଖସିପଡ଼ିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଥିବାବେଳେ ୨ ମହିଳା ଓ ୨ ଶିଶୁ ସାମିଲ ଥିବା ଜଣାପଡ଼ିଛି ।

ସୁରକ୍ଷାକର୍ମୀଙ୍କ ଦ୍ୱାରା ଘଟଣାସ୍ଥଳରେ  ରେସ୍କ୍ୟୁ ଅପରେଶନ୍ ଜାରି ରହିଛି । ମୃତକମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

ସୂଚନା ମୁତାବକ କାରଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡ଼ିଥିଲା ।

ଏ ନେଇ  ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖଭିନ୍ଦର ସିଂ ସୁଖୁ  ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ ଶେୟାର କରି  ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।