OMG; ମହିଳା ହେଲେ ୩ ସାପ ଛୁଆର ମା’, ଘଟଣା ପରେ ଗାଁରୁ ହସ୍ପିଟାଲ ଯାଏଁ ଚର୍ଚ୍ଚା, ଡାକ୍ତର କହିଲେ…
ମଧ୍ୟପ୍ରଦେଶ ଛତରପୁର ଜିଲ୍ଳା ଏହି ଘଟଣା ସାମ୍ନାକୁ ଆସିଛି।
ମଧ୍ୟପ୍ରଦେଶ: କ’ଣ କେହି ମହିଳା ସାପ ଛୁଆଙ୍କୁ ଜନ୍ମ ଦେଇପାରନ୍ତି। ଖବର ଶୁଣିକି ଆପଣ ମଧ୍ୟ ଆର୍ଶ୍ଚଯ୍ୟ ହୋଇଥିବେ।
କିନ୍ତୁ ଜଣେ ମହିଳା ଏପରି କିଛି ଦାବି କରିଛନ୍ତି ଯାହା ପରେ ଅନେକ ପ୍ରଶ୍ନ ଉଠୁଛି।
ସମସ୍ତେ ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଏହା କ’ଣ ସତ। ଏହି ସବୁ କଥାର ଉତ୍ତର ପାଇବାକୁ ଆସନ୍ତୁ ଜାଣିବା ପୁରା କାହାଣୀ।
କ’ଣ ରହିଛି ପୁରା ମାମଲା
ବାସ୍ତବରେ ମଧ୍ୟପ୍ରଦେଶ ଛତରପୁର ଜିଲ୍ଳା ଏହି ଘଟଣା ସାମ୍ନାକୁ ଆସିଛି। ମଉଁ ମସାନିହା ଗାଁର ଜଣେ ମହିଳା ଦାବି କରିଛନ୍ତି ଯେ ସେ ୩ଟିି ସାପ ଛୁଆ ଜନ୍ମ ଦେଇଛନ୍ତି।
ରିଙ୍କି ଅହିରବାର ନାମ ଏହି ମହିଳା କହିଛନ୍ତି ପ୍ରଥମେ ପେଟରେ ଅସମ୍ଭଳା ଯନ୍ତ୍ରଣା ହୋଇଥିଲା।
ଯାହା ପରେ ସାପ ପରି ଦେଖା ଯାଉଥିବା ୩ଟି ଜୀବକୁ ସେ ଜନ୍ମ ଦେଇଥିଳା। ମହିଳାଙ୍କର ଏପରି ଦାବି ପରେ ପୁରା ଗାଁର ଲୋକ ଆଶ୍ଚର୍ଯ୍ୟ ହୋଇଥିଯାଇଥିଲେ।
ଗାଁଲୋକ ଆଶ୍ଚର୍ଯ୍ୟ ଏବଂ ଟେନସନ୍ ହୋଇଯାଇଥିଲେ। ଏଭଳି କେମିତି ସମ୍ଭବ କହି ଗାଁଲୋକ ମହିଳାଙ୍କ ଘରେ ଏହା ଦେଖିବାକୁ ଭିଡ ଜମାଇଥିଲେ।
ଲୋକ ମଧ୍ୟ ଅନେକ କଥା କହିବାକୁ ଲାଗିଥିଲେ। ରିଙ୍କି କହିଛନ୍ତି ପେଟ ଯନ୍ତ୍ରଣା ହେବା ପରେ ସେ ୨ଟି ସାପ ଛୁଆ ଜନ୍ମ ଦେଇଥିଲେ। କଳା ସାପ ପରି ଏହି ୩ଟି ଜୀବ। ୩ଟିକୁ ପ୍ଲାଷ୍ଟିକ ଜାଗାରେ ଘୋଡ଼ାଇ ରଖିଛି।
ଯେତେବେଳେ ଗାଁଲୋକ ଏହା ଦେଖିବାକୁ ରିଙ୍କିଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ରିଙ୍କି ରାଗି ଯାଇଥିଲେ କହିଥିଲେ, ଯିଏ ଏହି ଜୀବଙ୍କୁ ଦେଖିବ ସେ ମରିଯିବ।
ହେଲେ କିଛି ଲୋକ ରିଙ୍କିଙ୍କ କଥାକୁ ନଶୁଣିି ସେହି ଜୀବଙ୍କୁ ଦେଖିଥିଲେ। ଏବଂ ଭିଡିଓ ମଧ୍ୟ କରିଥିଲେ।
ରିଙ୍କିଙ୍କ ଏଭଳି କଥା ପରେ ଏବଂ ଘରେ ସାପ ଭଳି ଜୀବ ଦେଖିବା ପରେ ଘର ଲୋକ ଚିନ୍ତାରେ ପଡ଼ି ରିଙ୍କିଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ।
ରାଜନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ରିଙ୍କି କହିଥିଲେ ସେ ସାପ ଛୁଆକୁ ଜନ୍ମ ଦେଇଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉପସ୍ଥିତି ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ ଏବଂ ଯାଞ୍ଚ ପାଇଁ ତାଙ୍କୁ ଛତରପୁର ଜିଲ୍ଳା ହସ୍ପିଟାଲକୁ ରେଫର କରିଥିଲେ।
ଏବେ ପ୍ରଶ୍ନ ଉଠୁଛି ସତରେ କ’ଣ ମହିଳା ସାପ ଛୁଆକୁ ଜନ୍ମ ଦେଇଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଏହା ସମ୍ଭବ ନୁହେଁ। ମେଡିକାଲ ଯାଞ୍ଚରୁ ଏପରର୍ଯ୍ୟନ୍ତ ଯାହା ଜଣାପଡ଼ିଥିଲା
ତାହା ଅନୁସାରେ ରିଙ୍କି ଶରୀରରୁ ବାହାରି ଥିବା ସାପ ଭଳି ଜିନିଷ ବାସ୍ତବରେ ରକ୍ତର ବଡ଼ ବଡ଼ କ୍ଳଲଟ।
ଯାହା ପେଟ ଯନ୍ତ୍ରଣା ସହ ବାହାରକୁ ପଳାଇ ଆସିଛି। ଅଲଟ୍ରା ସାଉଣ୍ଡ ପରେ ଏହାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।