ବରଗଡ଼: ପେଟ୍ରୋଲ ଡାଲି ନାବାଳିକାର ଆତ୍ମାହୁତି ଉଦ୍ୟମ ଘଟଣା ସାମ୍ନାକୁ ଆସିଛି । ବରଗଡ଼ ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁରେ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳାଯାଇଛି ।
ସକାଳୁ ଏକ ପଡ଼ିଆ ମଧ୍ୟକୁ ଯାଇ ନାବାଳିକା ଜଣକ ଦେହରେ ପେଟ୍ରୋଲ ଢାଳି ନିଆ ଲଗାଇ ଦେଇଥିଲେ । ସ୍ଥାନୀୟ ଲୋକେ ନାବାଳିକାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନା ।
ତେବେ ନାବାଳିକା ଜଣକ କ’ଣ ପାଇଁ ଆତ୍ମାହୁତି ଉଦ୍ୟମ କରିଥିଲେ ତାହା ଜଣାପଡ଼ି ନାହିଁ । ନାବାଳିକା ୮ମ ଶ୍ରେଣୀରେ ପଢ଼ୁଥିବାବେଳେ ତାଙ୍କ ମାମୁଁଘର ଗାଁ ଖେଳ ପଡ଼ିଆରେ ଏ ଘଟଣା ଘଟିଥିବା ସୂଚନା ।
ବାଲେଶ୍ୱର ଏଫଏମ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ପରେ ଓଡ଼ିଶାରେ ଏଭଳି ଘଟଣା ଦ୍ରୁତ ବେଗରେ ବଢ଼ି ଚାଲିଛି ।
ଏଜାବତ୍ ରାଜ୍ୟରେ ୪ ଜଣ ପେଟ୍ରୋଲ, କିରୋସିନ୍ ଢାଳି ପ୍ରାଣ ହାରିଥିବାବେଳେ ବର୍ତ୍ତମାନ ଏହା ୫ମ ଘଟଣା । ଯେଉଁଥିରେ ନାବାଳିକା ଆତ୍ମାହୁତି ଉଦ୍ୟମ କରିଛନ୍ତି ।