ପାକିସ୍ତାନରେ ପୁଣି ଜାଫର ଏକ୍ସପ୍ରେସକୁ ଟାର୍ଗେଟ, ବିସ୍ଫୋରଣରେ ୬ଟି ବଗି ଲାଇନଚ୍ୟୁତ

ପାକିସ୍ତାନ: ପୁଣି ଜାଫର ଏକ୍ସପ୍ରେସକୁ ଟାର୍ଗେଟ୍।  ପାକିସ୍ତାନରେ ପୁଣି ତରେ ଜାଫର ଏକ୍ସପ୍ରେସକୁ ଟାର୍ଗେଟ୍ କରାଯାଇଛି।  ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ ଜିଲ୍ଲାରେ ଏହି ଘଟଣା ଘଟିଛି।

ଟ୍ରାକରେ ବିସ୍ଫୋରକ ରଖାଯାଇଥିବାରୁ ଜାଫର ଏକ୍ସପ୍ରେସର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଛି। ଏହି ଘଟଣାରେ ଚାରି ଜଣ ଆହତ ହୋଇଛନ୍ତି। ଘଟଣା ବିଷୟରେ ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ ଯେତେବେଳେ ଟ୍ରେନକୁ ଟାର୍ଗେଟ କରାଯାଇଥିଲା, ସେତେବେଳେ ଏହା ପେଶାୱର ଅଭିମୁଖେ ଯାଉଥିଲା।

ଯଦି ଦେଖିବା ଜାଫର ଏକ୍ସପ୍ରେସ୍ ଉପରେ ଟ୍ରାଗେଟ୍ ଏଇଟା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରାଯାଇଥିଲା ଏବଂ ଏହି ଟ୍ରେନକୁ ଅପହରଣ କରାଯାଇଥିଲା।

ପାକିସ୍ତାନୀ ରେଳ ଅଧିକାରୀମାନେ କ’ଣ କହିଛନ୍ତି: ପାକିସ୍ତାନ ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କ୍ୱେଟାରୁ ପ୍ରାୟ ୨୫ କିଲୋମିଟର ଦୂର ସ୍ପେଜାଣ୍ଡ ରେଳ ଷ୍ଟେସନ ନିକଟରେ ଟ୍ରେନ୍‌ରେ ବିସ୍ଫୋରଣ ହୋଇଥିଲା।

ସେ କହିଛନ୍ତି ଯେ ସକାଳ ୯ଟାରେ ୩୫୦ଜଣ ଯାତ୍ରୀଙ୍କୁ ନେଇ ଟ୍ରେନ୍‌ଟି ତା’ର ଗନ୍ତବ୍ୟସ୍ଥଳକୁ ଯାଉଥିବା ସମୟରେ ବିସ୍ଫୋରଣ ଘଟିଥିଲା। ପାକିସ୍ତାନ ରେଳ ବିଭାଗର କ୍ୱେଟା ଡିଭିଜନର ଜନସମ୍ପର୍କ ଅଧିକାରୀ ମହମ୍ମଦ କାଶିଫ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି “ରେଳପଥ ଟ୍ରାକରେ ରଖାଯାଇଥିବା ଏକ ବୋମା ପ୍ରବଳ ଜୋରରେ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ କ୍ୱେଟାରୁ ପେଶାୱର ଯାଉଥିବା ଟ୍ରେନ୍‌ର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଥିଲା। ସୌଭାଗ୍ୟବଶତଃ, କାହାରି ମୃତ୍ୟୁ ହୋଇ ନାହିଁ।”

ଅଧିକାରୀ କହିଛନ୍ତି ଯେ ସମସ୍ତ ଆହତ ଯାତ୍ରୀଙ୍କୁ ସାମାନ୍ୟ ଆଘାତ ଲାଗିଛି। ରେଳ କର୍ମଚାରୀଙ୍କ ସମେତ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି ଏବଂ ଫସି ରହିଥିବା ଯାତ୍ରୀମାନଙ୍କୁ କ୍ୱେଟା ନେବା ପାଇଁ ଏକ ଦୁର୍ଘଟଣା ରିଲିଫ୍ ଟ୍ରେନ୍ ମଧ୍ୟ ପଠାଯାଇଛି।

ଜାଫର ଏକ୍ସପ୍ରେସ୍ ଏବଂ ବୋଲାନ୍ ମେଲ୍ ସେବା ବନ୍ଦ: ଅଧିକାରୀମାନେ କହିଛନ୍ତି ଯେ ସୁରକ୍ଷା ବାହିନୀ ଏବଂ ପୋଲିସ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି ଏବଂ ଟ୍ରାକ୍ ସଫା କରିବା ପାଇଁ ବୋମା ନିଷ୍କ୍ରିୟକାରୀ ଦଳ ନିୟୋଜିତ ହୋଇଛନ୍ତି।

ଏହି ସମୟରେ ଆଉ ଏକ ବିବୃତ୍ତି ଦେଇ କାଶିଫ୍ କହିଛନ୍ତି ଯେ ଜାଫର ଏକ୍ସପ୍ରେସ୍ ଏବଂ ବୋଲାନ୍ ମେଲ୍ ସେବା ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ସେ କହିଛନ୍ତି ଯେ ବୋଲାନ୍ ମେଲ୍ ଅଗଷ୍ଟ ୧୬ତାଖରୁ ପୁଣି ଥରେ କାର୍ଯ୍ୟ ଆରମ୍ଭ କରିବ।

ଜାଫର ଏକ୍ସପ୍ରେସ ଟାର୍ଗେଟରେ ଅଛି: କ୍ୱେଟା ଏବଂ ପେଶାୱାର ମଧ୍ୟରେ ଚଳାଚଳ କରୁଥିବା ଜାଫର ଏକ୍ସପ୍ରେସକୁ ଗତ କିଛି ମାସ ମଧ୍ୟରେ ବାରମ୍ବାର ଟାର୍ଗେଟ କରାଯାଇଛି।

ଅଗଷ୍ଟ ୭ ତାରିଖରେ ବେଲୁଚିସ୍ତାନର ସିବି ରେଳ ଷ୍ଟେସନ ନିକଟରେ ଟ୍ରେନଟି ଅଳ୍ପକେ ରକ୍ଷା ପାଇଯାଇଥିଲା, ଯେଉଁଠାରେ ଟ୍ରେନଟି ଯିବା ପରେ ଟ୍ରାକ ପାଖରେ ରଖାଯାଇଥିବା ଏକ ବୋମା ବିସ୍ଫୋରଣ ହୋଇଥିଲା।

ଅଗଷ୍ଟ ୪ ତାରିଖରେ ଅନ୍ୟ ଏକ ଘଟଣାରେ ବନ୍ଧୁକଧାରୀମାନେ କୋଲପୁର ନିକଟରେ ଇଞ୍ଜିନକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ।  ଜୁନ୍ ମାସରେ ରେଳ ଟ୍ରାକରେ ରଖାଯାଇଥିବା ଏକ ରିମୋଟ୍-ନିୟନ୍ତ୍ରିତ ବିସ୍ଫୋରକ ଡିଭାଇସ୍ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ଜାକୋବାବାଦରେ ଜାଫର ଏକ୍ସପ୍ରେସର ଚାରୋଟି କୋଚ୍ ଲାଇନଚ୍ୟୁତ ହୋଇଥିଲା।