ତୁମେ ଯଦି ଏ ଚିଠି ପଢ଼ୁଛ ‘I am Dead’ ଛାତି ଥରାଇଦେଲା ଛତ୍ରଙ୍କ ସୁଇସାଇଟ୍ ନୋଟ୍, ଆତ୍ମହତ୍ୟା ପାଇଁ ସଂଘର୍ଷ

ଛାତ୍ରଙ୍କ ସୁଇସାଇଡ ନୋଟ୍ ପଢ଼ି ପୋଲିସ ଛାନିଆ । ନିଜ ଇଚ୍ଛାରେ ହାରିଛନ୍ତି ନିଜ ଜୀବନ ।

ନୂଆଦିଲ୍ଳୀ: ଗ୍ରେଟର ନୋଏଡାସ୍ଥିତ ଶାରଦା ୟୁନିଭର୍ସିଟିରେ ୨୪ ବର୍ଷୀୟ ବିଟେକ୍ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଛାତ୍ରଙ୍କ ଘର ବିହାରର ମଧୁବନୀରେ ହୋଇଥିବାବେଳେ ତାଙ୍କ ନାମ ଶିଭମ ଦେ ।

ଶିଭମ ହୋଟେଲ ରୁମରେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣାର ସୂଚନା ପାଇ ହଷ୍ଟେଲରୁ ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି ।

ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ଜବତ ହୋଇଛି । ଯାହାକୁ ପଢ଼ିବା ପରେ ପୋଲିସ ଏବଂ ଶିଭମଙ୍କ ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଚିଠିରେ ଲେଖା ଅଛି, “ଯଦି ତୁମେ ଏହାକୁ ପଢ଼ୁଛ , ମୁଁ ମରିଯାଇଛି । ମୋ ନିଜ ଇଚ୍ଛାରେ ମୁଁ ପ୍ରାଣ ହାରିଛି । ଏ ଥିରେ ଅନ୍ୟ କାହାରି କୌଣସି ଭୂମିକା ନାହିଁ । ଆତ୍ମହତ୍ୟା କରିବାକୁ ମୁଁ ଗୋଟିଏ ବର୍ଷ ହେବ ଯୋଜନା କରୁଥିଲି ।”

ଶିଭମଙ୍କ କଲେଜ ଫି’ ପେଣ୍ଡିଂ ଥିବା କାରଣରୁ ସେ ଚାପରେ ଥିଲେ । ଟଙ୍କା ଦେବା ପାଇଁ ସେ ନିଜର ଅର୍ଗାନ ଡୋନେଟ୍ କରିବାକୁ ମଧ୍ୟ ବହୁଥର ବାହାରିଛନ୍ତି । ସୁଇସାଇଡ ନୋଟରେ ଏକଥା ସହିତ ଦେଶକୁ ଆଗକୁ ବଢ଼ିବାକୁ ହେଲେ ପ୍ରଥମେ ଏଜୁକେଶନ ସିଷ୍ଟମକୁ ବଦଳାଇବାକୁ ପଡ଼ିବ ।

ଶିବମଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ଲୋକ କଲେଜକୁ ଦାୟୀ କରିଛନ୍ତି । ପୋଳିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇ ଯାଞ୍ଚ ଆରମ୍ଭ ହୋଇଛି ।

ଗତ ଜୁଲାଇରେ ଡେଣ୍ଟାଲ ସର୍ଜରି ବିଭାଗର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ । କଲେଜର ୨ ଜଣ ଅଧ୍ୟାପକ ତାଙ୍କୁ ମାନସିକ ନିର୍ଯାତନା ଦେବା ନେଇ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା ।