ରାଗର ସବୁ ସୀମା ପାର, ସ୍ତ୍ରୀ ପାଖକୁ ନ ଆସିବାରୁ ରାଗରେ 4 ଛୁଆଙ୍କୁ କୂଅକୁ ପେଲି ଦେଲା ସ୍ବାମୀ, ଶେଷରେ…     

ମହାରାଷ୍ଟ୍ରର ଅହଲ୍ୟାନଗରରେ ପାରିବାରିକ ବିବାଦ ଭୟଙ୍କର ରୂପ ନେଇଛି। ସ୍ତ୍ରୀ ବାପ ଘରୁ ନଆସିବାରୁ ସ୍ୱାମୀ ତାର ଚାରି ନିର୍ଦ୍ଦୋଷ ପିଲାଙ୍କୁ କୂଅକୁ ଠେଲି ଦେଇ ନିଜେ ଆତ୍ମହତ୍ୟା କରିଛନ୍ତି। ଅଞ୍ଚଳରେ ଚାଞ୍ଚଲ୍ୟ।

ମୁମ୍ବାଇ: ମହାରାଷ୍ଟ୍ରର ଅହଲ୍ୟାନଗରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ନିଜ ସ୍ତ୍ରୀ ସହ ଝଗଡ଼ା ପରେ ଅରୁଣ କାଲେ ନାମକ ଜଣେ ବ୍ୟକ୍ତି ଏପରି ଏକ ଭୟଙ୍କର ପଦକ୍ଷେପ ନେଇଛନ୍ତି, ଯାହା ସମଗ୍ର ଅଞ୍ଚଳରେ ଭୟର ବାତାହରଣ ଖେଳାଇଦେଇଛି। ଅରୁଣ କେବଳ ନିଜ ଜୀବନ ଶେଷ କରିନାହାଁନ୍ତି, ବରଂ ଏହି ଝଗଡ଼ାରେ ତାଙ୍କର ଚାରି ନିର୍ଦ୍ଦୋଷ ପିଲାଙ୍କୁ ମଧ୍ୟ ବଳି ଦେଇଛନ୍ତି।

ଏହି ଘଟଣା ଏତେ ଭୟଙ୍କର ଯେ ଏହା ଶୁଣି ଲୋକଙ୍କ ଲୋମ ଟାଙ୍କରୀ ଉଠୁଛି। ପତ୍ନୀ ତାଙ୍କ ବାପ ଘରକୁ ଯିବା ଏବଂ ଘରକୁ ନ ଫେରିବାର ଜିଦି ସ୍ୱାମୀଙ୍କୁ ଏତେ ଭାଙ୍ଗି ଦେଇଥିଲା ଯେ, ଶେଷରେ ସେ ତାଙ୍କ ପରିବାରକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ପୋଲିସ ଘଟଣାସ୍ଥଳରୁ ଅନେକ ମୃତଦେହ ଉଦ୍ଧାର କରିଛି ଏବଂ ଅନ୍ୟମାନଙ୍କୁ ଖୋଜାଖୋଜି ଜାରି ରଖିଛି।

ପତ୍ନୀଙ୍କ ସହ ବିବାଦ ଏହି ଭୟଙ୍କର ଘଟଣାର କାରଣ ପାଲଟିଛି

ପ୍ରାପ୍ତ ସୂଚନା ଅନୁଯାୟୀ, ଅରୁଣ କାଳେଙ୍କ ପରିବାର ଚିଖଲି କୋରେଗାଓଁ ତାଲୁକାର ଶ୍ରୀଗୋଣ୍ଡା ଅଞ୍ଚଳରେ ରହୁଥିଲେ। ଆଠ ଦିନ ପୂର୍ବେ ତାଙ୍କର ପତ୍ନୀଙ୍କ ସହ କୌଣସି କଥାକୁ ନେଇ ଏକ ବଡ଼ ଝଗଡ଼ା ହୋଇଥିଲା। ରାଗିଯାଇ ପତ୍ନୀ ତାଙ୍କ ବାପଘରକୁ ଯାଇଥିଲେ ଏବଂ ଫେରିବାକୁ ରାଜି ହୋଇ ନଥିଲେ।

ତାଙ୍କ ପତ୍ନୀଙ୍କ ଅନୁପସ୍ଥିତି ଏବଂ ବୁଝାସୁଝା ପରେ ମଧ୍ୟ ତାଙ୍କ ପାଖକୁ ନ ଫେରିବା ଯୋଗୁଁ ଅରୁଣ ଗଭୀର ଚାପରେ ଥିଲେ। ଏହି କ୍ରୋଧ ଏବଂ ନିରାଶାରେ ସେ ତାଙ୍କର ସମସ୍ତ ଚାରି ପିଲାଙ୍କୁ କୂଅରେ ଠେଲି ଦେଇଥିଲେ ଏବଂ ନିଜେ ମଧ୍ୟ ସେଥିରେ ଡେଇଁ ପଡ଼ି ମୃତ୍ୟୁବରଣ କରିଛନ୍ତି।

ଘଟଣାସ୍ଥଳରେ ଚାଞ୍ଚଲ୍ୟ, ପୋଲିସ ତଦନ୍ତ

ଘଟଣାର ଖବର ପାଇବା ମାତ୍ରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ କୂଅରେ ଅରୁଣ କାଳେଙ୍କ ମୃତଦେହ ମିଳିଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କ ଗୋଟିଏ ହାତ ଏବଂ ଗୋଟିଏ ଗୋଡ ରଶିରେ ବନ୍ଧା ହୋଇଥିଲା। ତେବେ ସେ ନିଜ ହାତ ଗୋଡ଼ ବାନ୍ଧି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ମୃତକଙ୍କ ନାମ…ଅରୁଣ କାଳେ ଏବଂ ତାଙ୍କର 4 ପିଲା- ଶିବାନୀ (୮ ବର୍ଷ), ପ୍ରେମ (୭ ବର୍ଷ), ବୀର (୬ ବର୍ଷ) ଏବଂ କବୀର (୫ ବର୍ଷ)। ପୋଲିସ ଏପର୍ଯ୍ୟନ୍ତ ଦୁଇଟି ମୃତଦେହ ଉଦ୍ଧାର କରିଛି ଏବଂ ଅନ୍ୟମାନଙ୍କୁ ଖୋଜା ଚାଲିଛି।

ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି

ଏହି ଦୁଃଖଦ ଘଟଣା ସମଗ୍ର ଅହଲ୍ୟାନଗରକୁ ଦୋହଲାଇ ଦେଇଛି। ଲୋକମାନେ ବିଶ୍ୱାସ କରିପାରୁନାହାଁନ୍ତି ଯେ ଏକ ସାମାନ୍ୟ ପାରିବାରିକ ବିବାଦର ଏତେ ବଡ଼ କରୁଣ ପରିଣତି ହୋଇପାରେ। ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ଅଧିକ ତଦନ୍ତ ଆରମ୍ଭ କରିଛି ।