fbpx

ଖାଲି ପେଟରେ ଗୁଡ ଓ ଗରମ ପାଣି ପିଇବାର ଅଦ୍ଭୁତ ଫାଇଦା, ଜାଣନ୍ତୁ

କରୋନା ସମୟରେ ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିଛନ୍ତି । ତେବେ ଆପଣ ଜାଣନ୍ତି କି, ସକାଳ ସମୟରେ ଖାଲି ପେଟରେ ଗୁଡ ଖାଇବା ଦ୍ଵାରା କଣ ଫାଇଦା ମିଳେ ? ଏପରି କରିବା ଦ୍ଵାରା ଆମ ସ୍ୱାସ୍ଥ୍ୟକୁ ଅଦ୍ଭୁତ ଫାଇଦା ମିଳିଥାଏ । କିନ୍ତୁ ଗୁଡ ସହ ଖାଲି ପେଟରେ ଉଷୁମ ପାଣି ପିଇା ଦ୍ୱାରା ଗୁଡର ଫାଇଦା ଦ୍ୱିଗୁଣିତ ହୋଇଥାଏ । ସକାଳୁ ଉଠିବା ପରେ ଉଷୁମ ପାଣି ସହ ଗୁଡର ସେବନ କଲେ ଆପଣ ସବୁଦିନ ପାଇଁ ନିରୋଗୀ ରହିପାରିବେ । ତେବେ ଆସନ୍ତୁ ଜାଣିବା..

– ଏହାଦ୍ୱାରା ପାଚନ ଶକ୍ତି ବଢିବା ସହ ପେଟରେ ଯନ୍ତ୍ରଣା, ଆସିଡିଟି, କନ୍‌ଷ୍ଟିପେସନ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଥାଏ । ଲଗାତର କିଛି ଦିନର ସେବନ ପରେ ଏହାର ଫାଇଦା ଦେଖିବାକୁ ମିଳିଥାଏ ।

– ଆମେ ସାଧାରଣତଃ ପେଟଜନିତ ସମସ୍ୟାର ଅଧିକ ସମ୍ମୁଖୀନ ହୋଇଥାଉ । ତେଣୁ ସକାଳ ସମୟରେ ଗୁଡ ଓ ଉଷୁମ ପାଣି ପିଇବା ଦ୍ୱାରା ଆପଣଙ୍କ ପେଟ ସଫା ହୋଇଥାଏ ।

– ଗୁଡ ଓ ଉଷୁମ ପାଣିର ସେବନ ଦ୍ୱାରା ମୋଟାପଣ ମଧ୍ୟ ଦୂର ହୋଇଥାଏ । ସକାଳୁ ଉଠିବା ପରେ ଅନେକ ଲୋକ ନିଜ ଦିନର ଆରମ୍ଭ ଚା’ ପିଇ କରିଥାନ୍ତି, କିନ୍ତୁ ତାହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ ।
– ଆୟୁର୍ବେଦରେ ଗୁଡ ଓ ଗରମ ପାଣିର ମିଶ୍ରଣକୁ ପାଚନ ଶକ୍ତି ବଢାଇବା ସଅ ଅନେକ ସମସ୍ୟା ପାଇଁ ରାମବାଣ ରୁପେ ଗ୍ରହଣ କରାଯାଇଛି ।

– ଏହା କିଡ୍‌ନି ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । କିଡ୍‌ନି ଷ୍ଟୋନ୍ ରୋଗରୁ ଏହା ମୁକ୍ତି ଦେଇଥାଏ । ଗୁଡ ଓ ଉଷୁମ ପାଣିର ସେବନ ଦ୍ୱାରା ଖୁବ୍ ଅଳ୍ପ ଦିନ ମଧ୍ୟରେ କିଡ୍‌ନି ଷ୍ଟୋନ୍ ବାହାରିଯାଇଥାଏ ।

-ଏଥିରେ ପୋଟାସିୟମ, ମାଗ୍ନେସିୟମ, ଭିଟାମିନ୍ ବି୧, ବି୬ ଓ ସି ଭରପୂର ମାତ୍ରାରେ ରହିଥାଏ । ଏହା ଶରୀରରେ ଅତିରିକ୍ତ ଚର୍ବିକୁ ନଷ୍ଟ କରିପାରିଥାଏ ।

– ଗୁଡରେ ଅନେକ ପ୍ରକାରର ଆଂଟି ଅକ୍ସିଡାଂଟ୍ ଓ ମିନେରାଲ ରହିଛି ଯାହା ଫ୍ରି ର‌୍ୟାଡିକାଲର କ୍ଷତିରୁ ସୁରକ୍ଷା ପ୍ରଦାନ କରି ସଂକ୍ରମଣ ସହ ଲଢିବା ପାଇଁ ଆମ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । –

– ଗୁଡ ରକ୍ତରେ ହିମୋଗ୍ଲୋବିନ୍‌ର ମାତ୍ରା ବଢାଇବାରେ ସହାୟକ ହୋଇଥାଏ । ଅନିଦ୍ରା ଅର୍ଥାତ୍ ନିଦ ନହେବା ସ୍ଥିତିରେ ଆପଣ ସକାଳୁ ଖାଲି ପେଟରେ ଗୁଡ ଓ ଗରମ ପାଣିର ସେବନ କରିପାରିବେ । ଏହା ଶରୀରରେ ହ୍ୟାପି ହର୍ମୋନ୍‌କୁ ପ୍ରୋତ୍ସାହିତ କରିଥାଏ ଯାହାଫଳରେ ଭଲ ନିଦ ହୋଇଥାଏ ।

– ସେହିପରି ସକାଳୁ ଖାଲି ପେଟରେ ଗୁଡ ଓ ଉଷୁମ ପାଣିର ସେବନ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

Get real time updates directly on you device, subscribe now.