ପିଛା ଛାଡ଼ୁନି ଅତୃପ୍ତ ଆତ୍ମା! ସମୀର ସାରଙ୍କୁ ରାତିରେ ଶୁଆଇ ଦେଉ ନାହାନ୍ତି ସୌମ୍ୟାଶ୍ରୀ, କହିଲେ ଚାରିପାଖ ବୁଲୁଛି ଅଦୃଶ୍ୟ ଶକ୍ତି
ସମୀର ସାରଙ୍କ ଜାମିନ ପୁଣିଥରେ ହେଲା ଖାରଜ । ୩ ଦିନିଆ ରିମାଣ୍ଡରେ ଅଛନ୍ତି ସମୀର ।
ବାଲେଶ୍ୱର: ବାରମ୍ବାର ଜାମିନ ଖାରଜ ହେବା ପରେ ଚିନ୍ତାରେ ଅଛନ୍ତି ଏଫଏମ୍ କଲେଜ ଏଜୁକେଶନ ଡିପାର୍ଟମେଣ୍ଟର ପୂର୍ବତନ ଏଚଓଡି ସମୀର ସାର । ଜେଲରେ କାନ୍ଦି କାନ୍ଦି କଟୁଛି ଦିନ ।
ଏମିତି କିଛି ଖବର ଏବେ ସାମ୍ନାକୁ ଆସିଛି । ଏଫଲମ କଲେଜରେ ଇଣ୍ଟିଗ୍ରେଟେଡ୍ ବିଇଡି କରୁଥିିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ମାମଲାରେ ଏବେ ଜେଲରେ ଅଛନ୍ତି ସମୀର ସାର ।
ସୌମ୍ୟାଶ୍ରୀଙ୍କୁ ସେ ଫେଭର ମାଗି ଅସଦାଚରଣ କରିଥିବା ଅଭିଯୋଗ ସୌମ୍ୟାଶ୍ରୀ ଆଣିଥିବାବେଳେ ତାଙ୍କୁ କଲେଜ କର୍ତ୍ତୃପକ୍ଷ କିମ୍ବା ସରକାରଙ୍କଠାରୁ ନ୍ୟାୟ ମିଳି ନ ଥିଲା । ବାରମ୍ବାର ଗୁହାରି କରିବା ପରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା ।
ଆଉ ଶେଷରେ ସେ ନିଜେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା ।
ସେପଟେ ଜେଲରେ ଥିବା ସମୀର ସାରଙ୍କ ଅବସ୍ଥା ବାର୍ ବାଜିଗଲାଣି । ପ୍ରଥମେ ଏସଡିଏମ୍ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ଗତ ୧୮ ତାରିଖରେ ବାଲେଶ୍ୱର କୋର୍ଟ ଏବଂ ଦୌରାଜଜ୍ କୋର୍ଟରେ ଜାମିନ ପୁଣିଥରେ ଖାରଜ ହୋଇଯାଇଛି ।
ସେପଟେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ସମୀରଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି । କ୍ରାଇମବ୍ରାଞ୍ଚ ଆଗରେ ସମୀର କାନ୍ଦିବା ସହ ବାରମ୍ବାର ସୌମ୍ୟାଙ୍କ ସ୍ୱପ୍ନ ସେ ଦେଖୁଥିବା କହିଛନ୍ତି । ଏଥିସହ ଭୟରେ ରାତିରେ ତାଙ୍କୁ ନିଦ ଲାଗୁ ନାହିଁ ।
କିଛି ଅଦୃଶ୍ୟ ଶକ୍ତି ତାଙ୍କ ଚାରିପାଖେ ବୁଲୁଥିବା ସେ କହିଛନ୍ତି । ସମୀର ବାହାରକୁ ଯିବାକୁ ଛଟପଟ ହେଉଥିବାବେଳେ ବାରମ୍ବାର ତାଙ୍କ ଜାମିନ ଖାରଜ ହେଉଥିବା ନେଇ ସେ ଭାଙ୍ଗି ପଡ଼ିଥିବା କୁହାଯାଉଛି ।