ପ୍ରତିଦିନ ଭୋର ୩ଟାରୁ ୫ଟା ମଧ୍ୟରେ ନିଦ ଭାଙ୍ଗିଯାଉଛି କି? ତେବେ ଜାଣି ରଖନ୍ତୁ ଭଗବାନ ଆପଣଙ୍କୁ ଦେଉଛନ୍ତି ଏହି ସଙ୍କେତ
ଭୋର ୩ଟାରୁ ୫ଟା ମଧ୍ୟରେ ନୀଦ ଭାଙ୍ଗିଯାଉଛି କି? ଜାଣନ୍ତୁ ଭଗବାନଙ୍କ ସଙ୍କେତ
ଓଡ଼ିଶା ଭାସ୍କର: ପ୍ରତିଦିନ ଭୋର ୩ଟାରୁ ୫ଟା ମଧ୍ୟରେ ଆପଣଙ୍କର ନିଦ ଭାଙ୍ଗିଯାଉଥିଲେ, ଜାଣନ୍ତୁ ଏହା ଭଗବାନଙ୍କର ଏକ ସଙ୍କେତ। ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କର ଉଠିବା ସମୟ ପୂର୍ବରୁ ଆପଣଙ୍କର ନିଦ ଭାଙ୍ଗିଯାଉଛି, ତେବେ ଏହା ଆପଣଙ୍କ ପାଇଁ ଏକ ଦୈବିକ ଶକ୍ତି ହୋଇପାରେ। ଆସନ୍ତୁ ଜାଣିବା ଏହି ବିଷୟରେ..
ଯଦି ଆପଣଙ୍କ ନିଦ ଭୋର ୩ଟାରୁ ୫ଟା ମଧ୍ୟରେ ଭାଙ୍ଗିଯାଉଛି, ତେବେ ଏହା ଆପଣଙ୍କ ପାଇଁ ଦୁଃଖର ବିଷୟ। ଏଥିରେ ଆପଣଙ୍କୁ ଶାରୀରିକ କଷ୍ଟ ମିଳିପାରେ। ଅଥବା କୌଣସି ନକରାତ୍ମକ ଶକ୍ତି ଆପଣଙ୍କ ଉପରେ ପଡ଼ିଛି।
ଏଥିପାଇଁ ଆପଣ ପ୍ରତିଦିନ ସନ୍ଧ୍ୟା ସମୟରେ ଗୋଗୁଳର ଧୂପ ଦିଅନ୍ତୁ, ଯେଉଁଘରେ ଆପଣ ଶୋଉଛନ୍ତି। ଏଥିରେ ନକରାତ୍ମକ ଶକ୍ତି ଦୂରେଇଯିବ।
ଯଦି ଆପଣଙ୍କୁ ରାତି ୯ଟାରୁ ୧୧ଟା ମଧ୍ୟରେ ନିଦ ଆସୁନି। ତେବେ ଏହା ମାନସିକ ଅଶାନ୍ତି ଏବଂ ଚିନ୍ତାର କରାଣ ହୋଇପାରେ। ଏଥିପାଇଁ ଆପଣ ଭଗବାନଙ୍କୁ ସ୍ମରଣ କରନ୍ତୁ। ଦେଖିବେ ଏହି ସମୟରେ ଆପଣଙ୍କୁ ନିଦ ଆସିବ। କାରଣ ଏହି ସମୟ ଶୋଇବା ଲାଗି ଉଚିତ୍ ସମୟ।
ଯଦି ଆପଣଙ୍କ ନିଦ ରାତି ୧୧ରୁ ୧ଟା ମଧ୍ୟରେ ଭାଙ୍ଗିଯାଉଛି, ତେବେ ଆପଣ ପବିତ୍ର ମନ୍ତ୍ରର ଜପ କରନ୍ତୁ। ଏଥିସହ ଭଗବାନଙ୍କୁ ସ୍ମରଣ କରନ୍ତୁ। ଏଥିରେ ଆପଣଙ୍କର କ୍ଷମା କରିବାର ଶକ୍ତି ବୃଦ୍ଧି ହେବ।
ଆପଣଙ୍କ ନିଦ ୧ଟାରୁ ୩ଟା ମଧ୍ୟରେ ଭାଙ୍ଗୁଥିଲେ, ମନେରଖନ୍ତୁ ଏହି ସମୟ ବହୁତ ଶକ୍ତିଶାଳୀ। ଏହି ସମୟରେ ଆପଣ ଇଷ୍ଟଦେବଙ୍କୁ ସ୍ମରଣ କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।