ସ୍କୁଲରେ ବମ୍ ଅଛି, ଆଉ କିଛି ସମୟ ପରେ ଫାଟିବ, ସବୁ ମରିବ!

ପୁଣି ସ୍କୁଲକୁ ଆସିଲା ବୋମା ଧମକ

ନୂଆଦିଲ୍ଲୀ: ପୁଣି ସ୍କୁଲରେ ବୋମା ଧମକ। ଦିଲ୍ଲୀର ପ୍ରସାଦ ନଗର ଏବଂ ଦ୍ୱାରକା ସମେତ ୬ଟି ସ୍କୁଲକୁ ବୋମା ଧମକ ମିଳିଛି। ଦିଲ୍ଲୀ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ସ୍କୁଲଗୁଡ଼ିକରେ ତଲାସୀ ଚାଲିଛି। ହେଲେ ଏହି ପରିସ୍ଥିତି ପୁଣି ଥରେ ଛାତ୍ର, ଅଭିଭାବକ ଏବଂ ସ୍କୁଲ କର୍ମଚାରୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ହେଲେ ଏବେଯାଏଁ କୌଣସି ସ୍କୁଲରୁ କିଛିବି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ।

ବର୍ତ୍ତମାନ ପୋଲିସ ସ୍କୁଲଗୁଡ଼ିକୁ ପଠାଯାଇଥିବା ଧମକପୂର୍ଣ୍ଣ ମେସେଜ୍ ବିଷୟରେ ଜାଣିବାକୁ ଚେଷ୍ଟା କରୁଛି। ଧମକ ପାଇଥିବା ସ୍କୁଲଗୁଡ଼ିକ ମଧ୍ୟରେ ଆନ୍ଧ୍ର ସ୍କୁଲ- ପ୍ରସାଦ ନଗର, ବିଜିଏସ୍ ସ୍କୁଲ- ଦ୍ୱାରକା, ରାଓ ମାନ ସିଂହ ସ୍କୁଲ- ଛାୱଲା, ସିଆର କନଭେଣ୍ଟ ସ୍କୁଲ- ଦ୍ୱାରକା, ମ୍ୟାକ୍ସ ଫୋର୍ଟ ସ୍କୁଲ- ଦ୍ୱାରକା ସେକ୍ଟର 7, ଇନ୍ଦ୍ରପ୍ରସ୍ଥ ଇଣ୍ଟରନ୍ୟାସନାଲ୍ ସ୍କୁଲ- ଦ୍ୱାରକା ଅନ୍ତର୍ଭୁକ୍ତ ରହିଛି।