Petrol Price: ପେଟ୍ରୋଲ ଦରରେ ବଡ଼ ପରିବର୍ତ୍ତନ; ତେଲ ପକାଇବା ପୂର୍ବରୁ ଜାଣନ୍ତୁ ଆଜିର ନୂଆ ଦର…

ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ସକାଳ ୬ଟାରେ ଅପଡେଟ୍ କରାଯାଏ। ତେବେ ତେଲ ପକାଇବା ପୂର୍ବରୁ ଜାଣନ୍ତୁ ଆଜିର ନୂଆ ଦର କେତେ ରହିଛି ।

ଭୁବନେଶ୍ବର: ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ସକାଳ ୬ଟାରେ ଅପଡେଟ୍ କରାଯାଏ। ଏହି ଦରଗୁଡ଼ିକ ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଏବଂ ଟଙ୍କା-ଡଲାର ବିନିମୟ ମୂଲ୍ୟ ଉପରେ ନିର୍ଭର କରେ। ତେବେ, ଅଗଷ୍ଟ ୨୧ରେ ଆପଣଙ୍କ ସହରରେ ଇନ୍ଧନ ମୂଲ୍ୟ କେତେ ରହିଛି, ଚାଲନ୍ତୁ ଜାଣିବା..

ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସ୍ଥିର ରହିଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି। କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି ।

ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଉ ସେହି ଅନୁଯାୟୀ ଦେଶ ତଥା ରାଜ୍ୟମାନଙ୍କରେ ତୈଳ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧.୧୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨. ୬୯ ପଇସା ରହିଛି ।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୭ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୫୦ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୦.୦୩ ଟଙ୍କା ରହିଛି ।

ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୫. ୪୧ ଟଙ୍କା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୦୨ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୦ ଟଙ୍କା ୯୩ ପଇସା ଥିବା ବେଳେ ଡିଜେଲ ଦାମ ୯୨ ଟଙ୍କା ୫୨ ପଇସା ରହିଛି ।

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।