ସକାଳୁ ସକାଳୁ ଭୟଙ୍କର ସଡ଼କ ଦୁର୍ଘଟଣା; ଶ୍ରଦ୍ଧାଳୁ ଭର୍ତ୍ତି ଟ୍ରାକ୍ଟରକୁ ଧକ୍କା ଦେଲା କଣ୍ଟେନର, 8 ମୃତ, 45ରୁ ଉର୍ଦ୍ଧ୍ବ ଆହତ
ଭୟଙ୍କର ସଡ଼କ ଦୁର୍ଘଟଣା । ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟରକୁ ଧକ୍କା ଦେଲା କଣ୍ଟେନର । ଯେଉଁଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୩ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦ ସହରରେ ମର୍ମନ୍ତୁଦ ଦୁର୍ଘଟଣା । ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟରକୁ ଧକ୍କା ଦେଲା କଣ୍ଟେନର । ଯେଉଁଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୩ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଆଜି କାସଗଞ୍ଜରୁ ଗୋଗାମେଡି ରାଜସ୍ଥାନକୁ ଜହରବୀର (ଗୋଗାଜୀ) ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁ ଭର୍ତ୍ତି ଟ୍ରାକ୍ଟରକୁ ଏକ ଟ୍ରକ ଧକ୍କା ଦେଇଥିଲା, ଯାହା ଫଳରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଦୁଇଜଣ ମହିଳା ମଧ୍ୟ ଅଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁଥିରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଟ୍ରକଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା ।
ଦୁର୍ଘଟଣା ପରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣାଟି ବିଳମ୍ବିତ ରାତି ୦୨.୧୦ ରେ ଘଟିଥିଲା । ପୋଲିସ କହିଛି ଯେ ଆରନିଆ ଥାନା ଅଞ୍ଚଳ ଅନ୍ତର୍ଗତ ଆରନିଆ ବାଇପାସରେ ଏକ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଥିଲା ।