ବ୍ରିଜତଳେ VSSUT ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ, ରାତିଅଧରେ ବ୍ରିଜତଳେ ଛାତ୍ର କରୁଥିଲେ କ’ଣ?

ସମ୍ବଲପୁର: ବୁର୍ଲା ଭିସୁଟ୍ ଛାତ୍ରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ପିସି ବ୍ରିଜ ତଳୁ ଛାତ୍ରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ପୋଲିସ ।

ମୃତ ଛାତ୍ର ଅଞ୍ଜେନେଞ ଦାଶ ବୋଲି ଜଣାପଡ଼ିଥିବାବେଳେ ମେକାନିକାଲ ଇଞ୍ଜିନିୟରିଂ ଶେଷ ବର୍ଷର ଛାତ୍ର ଥିଲେ ଅଞ୍ଜନେୟ ।

ଘଟଣାକୁ ନେଇ ସ୍ଥାନୀୟ ପୋଲିସର ସ୍ୱତନ୍ତ୍ର ଟିମ୍ ଯାଞ୍ଚ ଆରମ୍ଭ କରିଛି । ଭିସୁଟ୍ ଛାତ୍ରଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ ।