GST ହାର ପରିବର୍ତ୍ତନ ପରେ ଏତେ ଶସ୍ତା ହେଲା ସୁନା; ଗ୍ରାହକଙ୍କ ଖୁସି କହିଲେ ନସରେ, ଜାଣନ୍ତୁ ଆପଣଙ୍କ ସହରରେ କେତେ…

ସୁନା କିଣୁଥିବା ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର ଆସିଛି। GST ହାର ପରିବର୍ତ୍ତନ ପରେ କେତେ ଶସ୍ତା ହେଲା ସୁନା ଜାଣନ୍ତୁ...

ଭୁବନେଶ୍ବର: ସୁନା କିଣୁଥିବା ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର ଆସିଛି। GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ ସୁନା ଦର ମଧ୍ୟ ହ୍ରାସ ପାଇଛି। ସେହି ସମୟରେ, MCX ଉପରେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ GST ସ୍ଲାବକୁ ଦୁଇଟି ଭାଗରେ ବିଭକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ପୂର୍ବ ପରି ଚାରୋଟି ଟିକସ ସ୍ଲାବ (5%, 12%, 18%, 28%) ରହିବ ନାହିଁ। ଏବେ କେବଳ ଦୁଇଟି ସ୍ଲାବ 5% ଏବଂ 18% ରହିବ।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୬ ହଜାର ୮୬୦ ଟଙ୍କା ରହିଛି । ଗତକାଲି ଅର୍ଥାତ ବୁଧବାର ଅପେକ୍ଷା ଗୁରବାର ଦରରେ ସାମାନ୍ୟତମ ହ୍ରାସ ଦେଖିବାକୁ ମିଳିଛି ।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୬ ହଜାର ୮୬୦ ଟଙ୍କା ରହିଛି । ଭୁବନେଶ୍ବରରେ ଗତକାଲି ଅପେକ୍ଷା ଆଜି ଦରରେ ପରିବର୍ତ୍ତନ ହୋଇଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭,୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୬ ହଜାର ୮୬୦ ଟଙ୍କା ରହିଛି ।

ରାଜଧାନୀ ଦିଲ୍ଲୀରେ ସୁନା ଦର ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭,୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୬ ହଜାର ୮୬୦ ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭,୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୬ ହଜାର ୮୬୦ ଟଙ୍କା ରହିଛି । ଗତ କାଲି ଅପେକ୍ଷା ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭,୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୬ ହଜାର ୮୬୦ ଟଙ୍କା ରହିଛି ।

ବେଙ୍ଗାଲୁରୁରେ ମଧ୍ୟ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭,୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୬ ହଜାର ୮୬୦ ଟଙ୍କା ରହିଛି ।

ରୂପା ମୂଲ୍ୟ କିଲୋ ପ୍ରତି ୧ ଲକ୍ଷ ୨୬ ହଜାର ୧୦୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ରୂପା ମୂଲ୍ୟ କିଲୋ ପ୍ରତି ୧ ଲକ୍ଷ ୩୬ ହଜାର ୮୬୦ ଟଙ୍କା ରହିଛି ।