(Video Viral)ଛାତ୍ରୀଙ୍କ କି ରାଗ ଲୋ ମା…ଡ଼ାକିକି କାରରେ ବସାଇଲେ, ଠୋ ଠୋ କରି ୨୬ ଚାପୁଡ଼ା ମାରିଲେ

ଛାତ୍ରୀ ଜଣକ ଗୋଟିଏ ମିନିଟରେ ୨୬ ଥର ଚାପୁଡ଼ା ମାରିଥିଲେ

ଉତ୍ତରପ୍ରଦେଶ: କାର ଭିତରକୁ ଡାକିକି ବସାଇଲେ। ତାପରେ ଠୋ ଠୋ କରି ଚାପୁଡା ମାରିଚାଲିଲେ। ଗୋଟେ ମିନିଟରେ ୨୬ ଚାପୁଡା। ଖାଲି ଏତିକିରେ କଥା ସରିନଥିଲା ମାଡ଼ ମାରୁଥିବାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି।

ମୁହଁକୁ ପିଟୁଥିଲେ, ହାତ ଦେବାରୁ କହୁଥିଲେ, ହାତ ହଟା ନଚେତ ଆହୁରି ମାରିବୁ । କହି ପିଟି ଚାଲିଥିଲେ।

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି ଏଭଳି ଘଟଣା।ଅମିତି ୟୁନିଭସିର୍ଟିର ପାର୍କିଂ ଏରିଆରେ ଘଟିଛି ଏହି ଘଟଣା। ଜଣେ ଛାତ୍ରୀ ତାଙ୍କ ସହପାଠୀ ଛାତ୍ରକୁ ଏଭଳି ଚାପୁଡ଼ା ମାରିଛନ୍ତି।

କାରରେ ବସାଇ ଦେଢ଼ ମିନିଟରେ ୨୬ ଚାପୁଡ଼ା ମାରିଛନ୍ତି। ଏହି ଘଟଣା ପରଠାରୁ ପୀଡ଼ିତ ଛାତ୍ର କଲେଜ ଯିବା ମଧ୍ୟ ଛାଡ଼ି ଦେଇଛନ୍ତି। କାରରେ ବସାଇ ଦୁଇ ଛାତ୍ର ତାଙ୍କୁ ମାଡ଼ ମାରିଛନ୍ତି।ଏତିକିରେ ଦୁହିଁ ଛାତ୍ରଙ୍କ ମନ ଶାନ୍ତି ହେଲାଣି ଚାପୁଡ଼ା ମାରିବାର ଭିଡିଓ କରି ସୋସିଆଲେ ମିଡିଆରେ ପୋଷ୍ଟ କରିଛନ୍ତି।ଏହି ଘଟଣା ପରେ ଛାତ୍ର ଜଣଙ୍କ ଭୟଭୀତ ହୋଇପଡ଼ିଛନ୍ତି। ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଛାତ୍ରୀ ଜଣକ ଗୋଟିଏ ମିନିଟରେ ୨୬ ଥର ଚାପୁଡ଼ା ମାରିଥିଲେ

ଭିଡିଓରେ ଦେଖିବାକୁ ମିଳିଛି ଯେ ଛାତ୍ରୀ ତାଙ୍କ ବନ୍ଧୁମାନଙ୍କ ସମ୍ମୁଖରେ ସହପାଠୀଙ୍କୁ ଚାପୁଡ଼ା ମାରୁଛନ୍ତି। କେବଳ ଏତିକି ନୁହେଁ, ସେଠାରେ ଉପସ୍ଥିତ ଜଣେ ଛାତ୍ର ଚାପୁଡ଼ାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ।

ଯାହାକୁ ପରେ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା। ପୀଡିତ ଛାତ୍ରଙ୍କ ଅନୁଯାୟୀ, ଏହି ଘଟଣା ପରେ ସେ ମାନସିକ ଭାବରେ ବିଚଳିତ ଏବଂ କଲେଜ ଯିବା ମଧ୍ୟ ବନ୍ଦ କରିଦେଇଛନ୍ତି।

ପୀଡିତ ଛାତ୍ର କ’ଣ କହିଥିଲେ?
ଛାତ୍ର ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପ୍ରଥମେ ଗାଡ଼ିରେ ବସାଇ ଅପମାନିତ କରାଯାଇଥିଲା। ଏହା ପରେ, ତାଙ୍କ ବନ୍ଧୁମାନଙ୍କ ମଧ୍ୟରେ ଜାଣିଶୁଣି ତାଙ୍କର ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଛାତ୍ରୀ ଜଣକ ତାଙ୍କୁ ମାଡ଼ ମାରିଥିଲେ।

ଜଣେ ଛାତ୍ରୀଙ୍କ ଦ୍ୱାରା ଛାତ୍ରଙ୍କୁ ମାଡ଼ ମାରିବା ଘଟଣା ଏବେ କ୍ୟାମ୍ପସ ବାହାରେ ଚର୍ଚ୍ଚା ହେଉଛି। ଅଭିଭାବକମାନେ ମଧ୍ୟ ଏପରି ଘଟଣା ଉପରେ ପ୍ରଶ୍ନ ଉଠାଉଛନ୍ତି।ତଥାପି, ବିଶ୍ୱବିଦ୍ୟାଳୟ ପ୍ରଶାସନର ନୀରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି ଏବଂ କ୍ୟାମ୍ପସ ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଉଠାଯାଉଛି। ବର୍ତ୍ତମାନ, ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ଏବଂ ଲୋକମାନେ ଏଥିରେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

କୌଣସି କାରଣର ଏଭଳି ପରିସ୍ଥିତି ଉପୁଜିଥିଲା ସେ ବିଷୟରେ କିଛି ଜଣାପଡ଼ି ନାହିଁ। କିନ୍ତୁ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଛାତ୍ରୀ ପିଟୁଛନ୍ତି ଛାତ୍ରକୁ।