fbpx

ଅଙ୍ଗଦାନ କରିଥିବାରୁ ୩ ମହିଳାଙ୍କ ପରିବାରକୁ ସୂରଜ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୮(ଓଡ଼ିଶା ଭାସ୍କର): ବିଶ୍ୱ ଅଙ୍ଗଦାନ ଦିବସରେ ସକରାରଙ୍କ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଅଙ୍ଗଦାନ କରିଥିବା ବ୍ୟକ୍ତି ଓ ତାଙ୍କ ପରିବାରକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଙ୍ଗଦାନ କରିଥିବା ବ୍ୟକ୍ତି ସର୍ବଦା ସ୍ମରଣୀୟ ରହିବେ । ଅଙ୍ଗଦାନକୁ ଜନଆନ୍ଦୋଳନରେ କରିଣତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସୂରଜ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଅଙ୍ଗଦାତା ପି. ପ୍ରିୟଙ୍କାରାଣୀ ପାତ୍ର , ସୁଚିତ୍ରା ଦାସ ଓ ରାଜଲକ୍ଷ୍ମୀ ଦାସଙ୍କ ପରିବାରକୁ ମଧ୍ୟ ସୂରଜ ପୁରସ୍କାର ସହ ୫ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.