ସକାଳୁ ସକାଳୁ ତୀବ୍ର ଭୂମିକମ୍ପ ଝଟକାରେ ଥରିଲା ଭାରତର ଏହି ରାଜ୍ୟ, ବିପୁଳ ପରିମାଣରେ କ୍ଷୟକ୍ଷତି!
ଲଗାତାର ୨ ଦିନ ହେବ ଭାରତରେ ହେଉଛି ଭୂମିକମ୍ପ।
ଅରୁଣାଚଳପ୍ରଦେଶ: ସକାଳୁ ସକାଳୁ ଥରିଲା ଭାରତର ଏହି ରାଜ୍ୟ। ଲୋକ ଶୋଇଥିବା ସମୟରେ ଭୂମିକମ୍ପ ଝଟକା ଅନୁଭୂତ। ଭୟରେ ଘରୁ ବାହାରି ଆସିଲେ ଲୋକେ।
ହଁ ଆଜ୍ଞା ସୋମବାର ଦିନ ସକାଳେ ଭାରତର ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗରେ ରେକ୍ଟର ସ୍କେଲରେ ୩.୨ ତୀବ୍ରତାର ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭୂମିକମ୍ପ ସକାଳ ୩.୧ରେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଅପୁଣାଚଳ ପ୍ରଦେଶର ଉପର ସିଆଙ୍ଗରେ ଥିଲା, ଯାହାର ଗଭୀରତା ୧୦ କିଲୋମିଟର ଥିଲା।
ଏହି ଭୂମିକମ୍ପ ଅକ୍ଷାଂଶ ୨୯.୦୬ ଏବଂ ଦ୍ରାଘିମା ୯୪.୪୫ରେ ଅନୁଭୂତ ହୋଇଥିଲା। ହେଲେ ଏବେଯାଏଁ କୌଣସି ମୃତାହତ କିମ୍ୱା କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ।
ଗୁଜୁରାଟରେ ଭୂମିକମ୍ପ: ଯଦି ଦେଖିବା ଗତକାଲି ଅର୍ଥାତ୍ ରବିବାର ଦିନ ଗୁଜୁରାଟର କଚ୍ଛ ଜିଲ୍ଲାରେ ୩.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଅପରାହ୍ନ ୧୨.୪୧ ସମୟରେ ଅନୁଭୂତ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ଭାଚାଉରୁ ପ୍ରାୟ ୧୨ କିଲୋମିଟର ଉତ୍ତର-ପୂର୍ବରେ ଥିଲା।
ରିପୋର୍ଟ ଅନୁସାରେ ସକାଳ ୬.୪୧ ସମୟରେ କଚ୍ଛରେ ୨.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ଧୋଲାବିରାରୁ ୨୪ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ ଥିଲା।