fbpx

ବିପଦରେ ଓଡ଼ିଶା! ରାଜ୍ୟର ୨୯ଜିଲ୍ଲାରୁ ଆଜି ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୨ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୯୧ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୮ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୫୩୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୪୪୩, କଟକରୁ ୨୫୭, ମୟୁରଭଞ୍ଜରୁ ୨୧୯, ଗଞ୍ଜାମରୁ ୧୯୨, ରାୟଗଡ଼ାରୁ ୧୪୭, ସମ୍ବଲପୁରରୁ ୧୪୫, ବରଗଡ଼ରୁ ୧୩୬, ଯାଜପୁରରୁ ୧୨୦, ପୁରୀରୁ ୧୦୯, ବାଲେଶ୍ୱରରୁ ୧୦୫, ଢ଼େଙ୍କାନାଳରୁ ୧୦୦, ମାଲକାନଗିରିରୁ ୮୩, କୋରାପୁଟରୁ ୮୧, ଭଦ୍ରକରୁ ୭୭, ନୟାଗଡ଼ରୁ ୬୪, ଝାରସୁଗୁଡ଼ାରୁ ୬୩, ଗଜପତିରୁ ୬୨, କେନ୍ଦ୍ରାପଡ଼ାରୁ ୬୨, କଳାହାଣ୍ଡିରୁ ୫୫, ସୁନ୍ଦରଗଡ଼ରୁ ୫୭ବଲାଙ୍ଗୀରରୁ ୫୬, ଜଗତସିଂହପୁରରୁ ୪୮,କନ୍ଧମାଳରୁ ୪୪, ନବରଙ୍ଗପୁରରୁ ୪୩, ଅନଗୁଳରୁ ୨୩, ସୋନପୁରରୁ ୧୪, କେନ୍ଦୁଝରରୁ ୭, ବୌଦ୍ଧରୁ ୬, ନୂଆପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.