fbpx

କରମଙ୍ଗା ଖାଇଲେ କେଉଁ ସବୁ ଫାଇଦା ମିଳିଥାଏ, ଜାଣନ୍ତୁ

କରମଙ୍ଗା ପାଟିକୁ ଖଟା ଲାଗିଥାଏ। ଏହାକୁ ସମସ୍ତେ ଖାଇବାକୁ ଏତେ ପସନ୍ଦ କରିନଥାନ୍ତି।କିନ୍ତୁ ପାଟିକୁ ଖଟା ଲାଗୁଥିଲେ ମଧ୍ୟ ଶରୀର ପାଇଁ ବେଶ ଉପକାରୀ। ଖାସ କରି ଶୀତଦିନେ ଏହା ବଜାରରେ ଅଧିକ ପରିମାଣରେ  ମିଳିଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଥାଏ। ତେବେ ଆସନ୍ତୁ ଜାଣିବା କରମଙ୍ଗା ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ।

କାଛୁ କୁଣ୍ଡିଆ ହେଉଥିଲେ କରମଙ୍ଗା ଖାଇବା ଦ୍ୱାରା ଏହି ସମସ୍ୟା କିଛିଟା ପରିମାଣରେ ଦୂରେଇ ଥାଏ।

କରମଙ୍ଗା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।

ଭୋକ ଲାଗୁ ନଥିଲେ ସକାଳୁ ଉଠି କରମଙ୍ଗା ରସରେ ଚିନି ମିଶାଇ ପିଇବା ଦ୍ୱାରା ଭୋକ ବଢ଼ିଥାଏ।

କରମଙ୍ଗା ରସ ମିଶାଇ କେଶମୂଳରେ ଲଗାଇ ଅଧଘଣ୍ଟା ପରେ ଧୋଇଦିଅନ୍ତୁ। ଦେଖିବେ ରୂପି ସମସ୍ୟା ଦୂର ହୋଇଯିବ ।

ମଦ ନିଶା ଛଡ଼ାଇବାକୁ ଚାହୁଁଥିଲେ କରମଙ୍ଗା ରସ ପିଅନ୍ତୁ।

କରମଙ୍ଗା ଖାଇବା ଦ୍ୱାରା ପେଟରେ ହେଉଥିବା କୃମି ସମସ୍ୟାରୁ ମୁକ୍ତି ଦେଇଥାଏ।

Get real time updates directly on you device, subscribe now.