fbpx

ଗଜବ ପରମ୍ପରା! ପ୍ରତି ୩ ବର୍ଷରେ ଏଠାରେ କବରରୁ କଢାଯାଏ ଶବ, ଜାଣନ୍ତୁ ଏହା ପଛର ରୋମାଞ୍ଚକର କାହାଣୀ

ଏହି ଦୁନିଆ ବହୁତ ବଡ ଓ ଅଜୀବ, କାରଣ ଏଠାରେ ଆପଣଙ୍କୁ ଭିନ୍ନ ଭିନ୍ନ ରୀତିନୀତି ମିଳିଥାଏ । ସେହିଭଳି କିଛି ନିଆରା ପରମ୍ପରା ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି । ଶୁଣିବାକୁ ମିଳିଛି କି ସେଠାରେ ପ୍ରତି ୩ ବର୍ଷରେ ଥରେ କବରରୁ ଶବ ବାହାର କରାଯାଏ । ଏହି ପରମ୍ପରା ଅଜୀବ ହୋଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଜନଜାତି ଦ୍ୱାରା ଏହା ପାଳନ କରାଯାଏ ।

ପ୍ରାୟ ୧୦୦ ବର୍ଷ ପୂର୍ବେ ମା’ନେନେ ଫେଷ୍ଟିଭାଲ ଆରମ୍ଭ ହୋଇଥିଲା । ଏହାକୁ ପାଳନ କରୁଥିବା ବରପ୍ପୁ ଗାଁର ଲୋକେ ଫେଷ୍ଟିଭାଲ ପଛର ରୋମାଞ୍ଚକର କାହାଣୀ କହନ୍ତି । ଲୋକଙ୍କ କହିବା ଅନୁସାରେ, ଶହେ ବର୍ଷ ପୂର୍ବରୁ ଟୋରଜନ ଜଗଜାତିର ଏକ ଶିକାରୀ ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ । ପୋଙ୍ଗ ଋମାସେକ ନାମକ ଏହି ଶିକାରୀ ଜଙ୍ଗଲ ମଝିରେ ଏକ ଶବ ଦେଖିଥିଲେ । ନଷ୍ଟ ହୋଇଯାଇଥିବା ଶବକୁ ଦେଖିବା ପରେ ଶିକାରୀ ଜଣକ ସେଠାରେ ଅଟକି ଯାଇଥିଲେ ଓ ପରେ ନିଜ କପଡା ପିନ୍ଧାଇ ଅନ୍ତିମ ସଂସ୍କାର କରିଥିଲେ ।

ଏହି ଘଟଣା ପରେ ହିଁ ଋମାସେକ ଶିକାରୀଙ୍କ ଜୀବନ ସମୂର୍ଣ୍ଣରୂପେ ବଦଳିଗଲା ଓ ସମସ୍ତ ଦୁଃଖ ଶେଷ ହୋଇଗଲା । ଏହା ପରେ ହିଁ ଟୋରାଜନ ଜନଜାତିର ଲୋକମାନେ ନିଜ ପୂର୍ବପୁରୁଷମାନଙ୍କ ଶବକୁ ସଜାଇବାରେ ଲାଗିଲେ ଓ ଆତ୍ମାମାନଙ୍କଠାରୁ ଆର୍ଶୀବାଦ ନିଅନ୍ତି ।

ପ୍ରତି ୩ ବର୍ଷରେ ଶବଗୁଡିକୁ କବରରୁୀ ବାହାର କରାଯାଏ ଓ ନୂଆ ପୋଷାକ ପିନ୍ଧାଇ ଦିଆଯାଏ । କେବଳ ଏତିକି ନୁହେଁ, ଲୋକମାନେ ଶବ ସହ ବସି ଖାଦ୍ୟ ଖାଇଥାନ୍ତି । ଏହା ସହ ଶବରୁ ବାହାର କରିଥିବା ପୋଷାକ ପରିବାର ଲୋକ ମଧ୍ୟ ପିନ୍ଧନ୍ତି । ବହୁ ବର୍ଷ ପରେ ଯେବେ ଶବଗୁଡିକ ହାଡରେ ପରିଣତ ହୁଏ, ସେତେବେଳେ ତାକୁ ଭୂମିରେ ପୋତିଦିଅନ୍ତି ।

Get real time updates directly on you device, subscribe now.