fbpx

୭ଦିନ ସଟଡାଉନ ରହିବ ରାଜ୍ୟର ଏହି ଜିଲ୍ଲାର ସହର, ଜାଣନ୍ତୁ

ଝାରସୁଗୁଡ଼ା, ୨୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ କରୋନା ସତର୍କତା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଝାରସୁଗୁଡ଼ା ସହର ୭ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୫ଯାଏଁ କଟକଣା ବଳବତ୍ତର ରହିବ । ସକାଳ ୬ରୁ ୧୧ଟା ଯାଏଁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ । ଆସନ୍ତାକାଲି ଝାରସୁଗୁଡ଼ା ସହରରେ ସପ୍ତାହନ୍ତ ସଟଡାଉନକୁ କୋହଳ କରାଯାଇଛି । ସଟଡାଉନ ସମୟରେ ଔଷଧ ଦୋକାନ ଓ ବ୍ୟାଙ୍କ ଖୋଲା ରହିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଯାନ ବ୍ୟବହାର ଓ ଜନ ସମାବେଶ ଉପରେ କଡ଼ା କଟକଣା ଲାଗୁ କରାଯାଇଛି ।

Get real time updates directly on you device, subscribe now.