fbpx

ଖୁସି ଖବର, ରାଜ୍ୟରେ ଆଜି ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୩୦ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୭୩୨୩୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଖୋର୍ଦ୍ଧାରୁ ୪୧୯, ଗଞ୍ଜାମରୁ ୨୧୬, ପୁରୀରୁ ୨୧୦, ରାୟଗଡ଼ାରୁ ୨୦୫, କୋରାପୁଟରୁ ୧୬୯, ମୟୁରଭଞ୍ଜରୁ ୧୫୦, କଟକରୁ ୧୨୯, ବାଲେଶ୍ୱରରୁ ୧୦୦, ନୟାଗଡ଼ରୁ ୯୫, ସମ୍ବଲପୁରରୁ ୮୫, ମାଲକାନଗିରିରୁ ୮୪, ଭଦ୍ରକରୁ ୭୭, ଢ଼େଙ୍କାନାଳରୁ ୭୬, ନବରଙ୍ଗପୁରରୁ ୫୮, କନ୍ଧମାଳରୁ ୪୮, ବଲାଙ୍ଗୀରରୁ ୪୫, ସୁନ୍ଦରଗଡ଼ରୁ ୪୨, ଗଜପତିରୁ ୪୦, କେନ୍ଦ୍ରାପଡ଼ାରୁ ୩୯, ଝାରସୁଗୁଡ଼ାରୁ ୩୮, କେନ୍ଦୁଝରରୁ ୩୮, ସୋନପୁରରୁ ୩୩, ନୂଆପଡ଼ାରୁ ୨୮, ଜଗତସିଂହପୁରରୁ ୨୭, ବରଗଡ଼ରୁ ୨୫, କଳାହାଣ୍ଡିରୁ ୧୯, ଯାଜପୁରରୁ ୧୨, ଦେଓଗଡ଼ରୁ ୭, ବୌଦ୍ଧରୁ ୪ ଓ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.