fbpx

ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା, ଜାଣନ୍ତୁ କିଏ

ଭୁବନେଶ୍ୱର, ୩୦ା୮(ଓଡ଼ିଶା ଭାସ୍କର): ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । କରୋନା ପଜିଟିଭ୍ ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । କରୋନାର କୌଣସି ଲକ୍ଷଣ ନଥିଲେ ମଧ୍ୟ ସଙ୍ଗରୋଧରେ ଅଛନ୍ତି ବିଧାୟକ । ମଧୁମେହରେ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । ଏବେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ତାଙ୍କ ଡ୍ରାଇଭର ପଜିଟିଭ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.