fbpx

ଦେଶରେ ଦିନକରେ ୯୭୧ ମୁଣ୍ଡ ନେଲା କୋରୋନ

ନୂଆଦିଲ୍ଲୀ,୩୧ ।୮:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୬୪ ହଜାର ୪୬୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୭୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୭୮ ହଜାର ୫୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଲକ୍ଷ ୨୧ ହଜାର ୨୪୬କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୭ ଲକ୍ଷ ୮୧ ହଜାର ୯୭୫ ଜଣ ଚିକିତ୍ସିତ ହେଉଥିବା ବେଳେ ୨୭ ଲକ୍ଷ ୭୪ ହଜାର ୮୦୨ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଦିନକରେ ମହାରାଷ୍ଟ୍ରରେ ସର୍ବାଧିକ ୨୯୬ କୋରୋନା ଆକ୍ରାନ୍ତ ମୃତ୍ୟୁ ଘଟିଛି । ସେହିପରି କର୍ଣ୍ଣାଟକରେ ୧୦୬, ତାମିଲନାଡୁରେ ୯୪, ଆନ୍ଧ୍ରରେ ୮୮ ମୃତ, ଉତ୍ତର ପ୍ରଦେଶରେ ୬୭, ପଞ୍ଜାବରେ ୫୬ ଓ ପଶ୍ଚିମବଙ୍ଗରେ ୫୦ ଜଣଶଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.