fbpx

ବାହାଘରରେ ବିଳମ୍ବ ହେଉଥିଲେ କରନ୍ତୁ ଏହି ଉପାୟ

ଯଦି କୁଣ୍ଡଳୀରେ ବୃହଷ୍ପତି ଅଶୁଭ ସ୍ଥାନରେ ରହିଥାନ୍ତି ତେବେ ବିବାହରେ ବହୁତ ସମସ୍ୟା ଉପୁଜିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି । କିନ୍ତୁ ବୃହଷ୍ପତି ଗ୍ରହଙ୍କ ଦୋଷକୁ ଦୂର କରିବା ପାଇଁ କେତେକ ଉପାୟ ରହିଛି । ଏହି ଉପାୟ ଯଦି ଗୁରୁ ପୁଷ୍ୟର ଶୁଭ ମୁହୂର୍ତ୍ତରେ କରାଯିବ ତେବେ ମନସ୍କାମନା ଖୁବ୍ ଶୀଘ୍ର ପୂର୍ଣ୍ଣ ହେବ । ତେବେ ଏହିସବୁ ଉପାୟ କରନ୍ତୁ ।

ଉପାୟ :

ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦିଆ କପଡା ରଖି ଦେବଗୁରୁ ବୃହସ୍ପତି ଏବଂ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ଯଦି ଏହା ସମ୍ଭବପର ନୁହେଁ ତେବେ କଦଳୀ ପତ୍ରରେ ମଧ୍ୟ ଉଭୟ ଭଗବାନଙ୍କ ପ୍ରତିମା ସ୍ଥାପିତ କରିପାରିବେ ।

ଗାଈ କ୍ଷୀରରେ ବୃହସ୍ପତି ଓବିଷ୍ଣୁଙ୍କ ଅଭିଷେକ କରି ହଳଦିଆ ଫୁଲ, ହଳଦିଆ ଚନ୍ଦନ, ଗୁଡ, ଚଣାଡାଲି, ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ।

ଭଗବାନଙ୍କୁ ପ୍ରସାଦରେ ହଳଦିଆ ରନ୍ଧାଖାଦ୍ୟ ଏବଂ ହଳଦିଆ ଫଳ ଅର୍ପଣ କରନ୍ତୁ ।

ଏହିଭଳି ପୂଜା କରିବା ପରେ ଦେବଗୁରୁ ବୃହସ୍ପତି ଏବଂ ଭଗବାନ ବିଷ୍ଣୁଙ୍କ ଆରତି ଗାଈର ଶୁଦ୍ଧ ଘିଅରେ ଦୀପ ଲଗାଇ କରନ୍ତୁ ।

ଏହିଭଳି ଗୁରୁ ପୁଷ୍ୟ ଯୋଗରେ ପୂଜା କରିବା ଦ୍ବାରା ଗୁରୁର ଅଶୁଭ ପ୍ରଭାବ ଟଳିଥାଏ ଏବଂ ଶୁଭ ଫଳ ମିଳିବାକୁ ଲାଗିଥାଏ । ଏହାସହ ବିବାହର ଯୋଗ ମଧ୍ୟ ପଡିବାକୁ ଲାଗିଥାଏ ।

Get real time updates directly on you device, subscribe now.