fbpx

ୟୁଜି, ପିଜି ଡେଡଲାଇନ ଘୁଞ୍ଚାଇବାକୁ ୟୁଜିସିକୁ ଚିଠି

ଭୁବନେଶ୍ୱର, ୨ା୯(ଓଡ଼ିଶା ଭାସ୍କର): ଦେଶ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ପ୍ରାୟ ସମସ୍ତ ପରୀକ୍ଷା ବାତିଲ କରାଯାଇଥିଳା । ଯାହାଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । ଏହାରି ମଧ୍ୟରେ ୟୁଜି, ପିଜି ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ୟୁଜି ଓ ପିଜି ପରୀକ୍ଷା ଆୟୋଜନ ସମୟ ବଢ଼ାଇବାକୁ ୟୁଜିସିକୁ ଚିଠି ଲେଖାଯାଇଛି । ସେପ୍ଟେ୍ମ୍ବର ୩୦ ପ୍ରତିବଦଳରେ ଅକ୍ଟୋବର ୧୦ଯାଏଁ ପରୀକ୍ଷା କରିବାକୁ ଅନୁମତି ଦେବାକୁ ଚିଠି ଲେଖିଛି ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ । ପରୀକ୍ଷା ମଝିରେ ଅତି କମରେ ଦିନକର ବ୍ୟବଧାନ ରଖିବାକୁ ପ୍ରସ୍ତାବ ରଖାଯାଇଛି । ବ୍ୟବଧାନ ମିଳିଲେ ପରୀକ୍ଷା କେନ୍ଦ୍ରକୁ ପରିଶୁଦ୍ଧ କରାଯିବ । ସେପ୍ଟେମ୍ବର ୩୦ ସୁଦ୍ଧା ପରୀକ୍ଷା ସାରିବାକୁ ୟୁଜିସିର ନିର୍ଦ୍ଦେଶ ରହିଛି ।

Get real time updates directly on you device, subscribe now.