fbpx

ଜିଲ୍ଲାପାଳଙ୍କ ପିଏ ନିଖୋଜ

ମାଲକାନଗିରି, ୨୮ା୧୨(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ନିଖୋଜ ଥିବା ଜଣାପଡ଼ିଛି । ଦୁଇ ଦିନ ଧରି ନିଖୋଜ ଥିବା ବ୍ୟକ୍ତିଗତ ସହାୟକ ଜଣକ ହେଉଛନ୍ତି ଦେବନାରାୟଣ ପଣ୍ଡା । ଗତକାଲି ଅଫିସରୁ ଘରକୁ ଫେରିନଥିବା ପରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ଆଜି ସତୀଗୁଡ଼ା ଡ୍ୟାମ ନିକଟରୁ ତାଙ୍କ ବାଇକ ଓ ହେଲମେଟ ମିଳିଛି । ଏନେଇ ମାଲକାନଗିରି ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.