fbpx

ଖୁବ ଶୀଘ୍ର ଟ୍ୱିନ୍ ସିଟିରେ ଲାଗୁ ହୋଇପାରେ ଲେନ ଡ୍ରାଇଭିଂ

ଭୁବନେଶ୍ୱର, ୯ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ଘଟଣା ହ୍ରାସ କରିବା ପାଇଁ ଖୁବଶୀଘ୍ର ଲେନ ଡ୍ରାଇଭିଂ ବ୍ୟବସ୍ଥାକୁ ଲାଗୁ କରାଯିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକରେ ଏହି ନିୟମ ଲାଗୁ କରାଯିବ ବୋଲି ସୂଚନା ମିଳିଛି । ଏହି ଯୋଜନା ଅନୁସାରେ ଏନଏଚକୁ ୩ଭାଗରେ ବିଭକ୍ତ କରାଯିବ । ଗୋଟିଏ ଲେନରେ ୪୦ରୁ ୫୦କିମି, ଦ୍ୱୀତିୟ ଲେନରେ ୬୦ରୁ ୭୦ କିମି ଓ ଅନ୍ୟଟିରେ ୮୦ କିମି ବେଗରେ ଗାଡ଼ି ଯିବ । କୌଣସି ଗାଡ଼ିକୁ ଅନ୍ୟ ଗାଡ଼ି ଓଭର ଟେକ କରିପାରିବେ ନାହିଁ ।
ଓଭର ଟେକ ଓ ରଙ୍ଗ୍ ଡ୍ରାଇଭିଂ ଯୋଗୁଁ ଦୁର୍ଘଟଣା ଘଟୁଛି, ଯାହା ଫଳରେ ବହୁ ଲୋକଙ୍କ ଜୀବନ ଚାଲିଯାଉଛି । ତେଣୁ ଲେନ ଡ୍ରାଇଭିଂ ଲାଗୁ କରିବା ଦ୍ୱାରା ଦୁର୍ଘଟଣା ହାର ହ୍ରାସ କରାଯାଇ ପାରିବ ବୋଲି ସରକାର ଚିନ୍ତା କରିଛନ୍ତି ।

 

Get real time updates directly on you device, subscribe now.