fbpx

ହୋମ ଆଇସୋଲେସନରେ ଥିବା କୋଭିଡ଼ ରୋଗୀ କିପରି ଚିକିତ୍ସା ହେବେ କହିଲେ ରାଜ୍ୟ ସରକାର

ଭୁବନେଶ୍ୱର, ୧୯ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କରୋନା ଲକ୍ଷଣ ଦେଖାଦେଲେ କଣ କରିବେ ଓ ଘରେ ରହି ନିଜେ ନିଜେର କିପରି ଚିକିତ୍ସା କରିବେ ସେନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କୋଭିଡ଼ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି । ଏହାସହ ବହୁ କୋଭିଡ଼ ଆକ୍ରାନ୍ତଙ୍କ ପାଖରେ ଲକ୍ଷଣ ନଥିବା ଦେଖାଯାଇଛି ।

ହୋମ ଆଇସୋଲେସନରେ କୋଭିଡ଼ ରୋଗୀଙ୍କ ପାଇଁ ଅଲଗା ରୁମ୍ ଓ ଅଲଗା ୱାଶରୁମ ଦରକାର । କ୍ୟାନସର ପରି ରୋଗି ଥିବେ ଯଦି ଆକ୍ରାନ୍ତ ହୋମ ଆଇସୋଲେସନରେ ରହିବେ ନାହିଁ । ଉଭୟ ଆକ୍ରାନ୍ତ ଓ ତାଙ୍କ ଦେଖାଶୁଣା କରୁଥିବା ବ୍ୟକ୍ତି ସତର୍କ ରହିବା ଜରୁରୀ । ହୋମ ଆଇସୋଲେସନରେ ଥିବା ବ୍ୟକ୍ତି ରୁମ୍ ବାହାରକୁ ବାହାରିବେ ନାହିଁ । ଆକ୍ରାନ୍ତଙ୍କ ଦେଖାଶୁଣା କରୁଥିବା ବ୍ୟକ୍ତି ମାସ୍କ ଓ ଗ୍ଲୋବସ ବ୍ୟବହାର କରିବେ ।ଆକ୍ରାନ୍ତଙ୍କ ପାଖରୁ ଶିଶୁ ଓ ବୟସ୍କ ଦୂରେଇ ରହିବା ଜରୁରୀ ।

 

Get real time updates directly on you device, subscribe now.