fbpx

ବଡ଼ ଖବର: ରାଜ୍ୟର ୩୦ ଜିଲ୍ଲାରୁ ୩୯୨୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୭ା୯(ଓଡ଼ିଶା ଭାସ୍କର): ରାଜ୍ୟର ୩୦ ଜିଲ୍ଲାରୁ ୩୯୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩୦୯ ସଙ୍ଗରୋଧ କେନ୍ଦ୍ରରୁ ଓ ୧୬୧୩ ସ୍ଥାନୀୟ ଅଞ୍ଚଳରୁ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୦୯,୩୭୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୮୧୮, କଟକରୁ ୩୮୦, ଅନୁଗୁଳରୁ ୨୦୦, କେନ୍ଦୁଝରରୁ ୨୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.